ମେଡିକାଲରେ ପିଅନ୍ ଚାକିରି ଆଳରେ ୨ଲକ୍ଷ ଠକେଇ

ଭୁବନେଶ୍ୱର:- ମେଡିକାଲରେ ପିଅନ୍ ଚାକିରି କରିବା ଆଳରେ ୨ଲକ୍ଷ ଠକେଇ ହୋଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି । ଠକାମିର ଶିକାର ହୋଇଥିବା କଟକ, ଅଡଶପୁରର ସ୍ୱାଧିନଭାରତୀ ପ୍ରଧାନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସାଧିନ ଭାରତୀ ତାଙ୍କର ଜଣେ ବନ୍ଧୁକ ଦ୍ୱାରା ଅଭିଯୁକ୍ତ ନୃସିଂହଚରଣ ମଲ୍ଲିକଙ୍କ ସହ ପରିଚିତ ହୋଇଥିଲା । ସେ ନିଜକୁ ୟୁନିଟ୍‌-୪ରେ ଥିବା ହୋମିଓପାଥି ମେଡିକାଲରେ ପିଅନ୍ ଚାକିରି କରୁଥିବା କହିଥିଲେ । ତେଣୁ ଉକ୍ତ ମେଡିକାଲରେ ଗୋଟିଏ ପିଅନ୍ ପୋଷ୍ଟ ଫାଙ୍କା ରହିଛି । ତାର ଉପର ଲେବୁଲରେ ଚିହ୍ନାଥିବାରୁ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଚାକିରି ପାଇଁ ଅଭିଯୁକ୍ତ ତାଙ୍କ ଠାରୁ ୨ଲକ୍ଷ ଟଙ୍କା ନେଇଥିଲା । ଟଙ୍କା ନେବା ପରେ ତାଙ୍କୁ ନିଯୁକ୍ତିପତ୍ର ଏବଂ ଆଇକାର୍ଡ ଦେଇଥିଲେ । ଏହି ଆଇକାର୍ଡ ନେଇ ଗତ ବର୍ଷ ଏପ୍ରିଲ ୨୬ରେ ଚାକିରିରେ ଯୋଗ ଦେଇଥିଲେ । ୫ ମାସ କାମ କରିବା ପରେ ତାଙ୍କୁ ଦରମା ମିଳିଲାନି । ସେ ଏନେଇ ଅଭିଯୁକ୍ତକୁ ପଚାରିଥିଲେ ସେ ଆସିଯିବ ବୋଲି କହି ଦିନ ଗଡ଼ାଉଥିଲା । ଏନେଇ ସାଧିନ ଭାରତୀଙ୍କ ସନ୍ଦେହ ହେବାରୁ ସେ ଅନ୍ୟ କର୍ମଚାରୀଙ୍କୁ ପଚାରି ବୁଝିବା ପରେ ନତାଲା ମୁଖ୍ୟ ଅଫିସ୍‌କୁ ଯାଇ ବୁଝିଥିଲେ । ସେଠାରୁ ବୁଝିବା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । କାରଣ ଅଭିଯୁକ୍ତ ନୃସିଂହ ଦେଇଥିବା ନିଯୁକ୍ତିପତ୍ର ଏବଂ ଆଇକାର୍ଡ ସବୁ ନକଲି । ତେଣୁ ଶେଷରେ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *