ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ ୨୨ ତାରିଖରେ ହୃତଘାତ୍ ଯୋଗୁ ମହିଳା ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗିରରେ ୨ ଦିନ ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ । ଗତ ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସାଧିନ ଅବସ୍ଥାରେ କୋଭିଡ୍ ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୨୭ ତାରିଖରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ତାରିଖରେ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ଓ ବଲାଙ୍ଗି ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହାଙ୍ଗିନୀ ସାହୁ ସୂଚନା ଦେଇଛନ୍ତି ।