ରେଲୱେ ଚାକିରି ଦେବା ଆଳରେ ୨ଲକ୍ଷ ଠକେଇ

ଭୁବନେଶ୍ୱର:- ରେଲୱେ ଚାକିରି ପାଇବା ଆଶାରେ ୧୦ ଜଣ ବ୍ୟକ୍ତି ୨ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ଏକାଧିକ ବ୍ୟକ୍ତି ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ଠକେଇ ମାମଲା ରୁଜୁ କରି ଅପରାଧୀମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି । ଅଭିଯୁକ୍ତ ଜଣଙ୍କ ଗତ କିଛି ଦିନ ପୁର୍ବେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ମମତା ସ୍ୱାଇଁଙ୍କ ସହ ଭେଟ ହୋଇଥିଲା । ରେଳ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ ଥିବା ୧୦ ଜଣ ଯୁବକ ଯୋଗାଡ କରିବା ପାଇଁ ଅଭିଯୁକ୍ତ ମତତାଙ୍କୁ କହିଥିଲା । ଏପରିକି ଉକ୍ତ ୧୦ ଜଣ ବ୍ୟକ୍ତିଙ୍କୁ ସେ ସୁପରଭାଇଜର ଭାବେ ଚାକିରି କରାଇ ଦେବ ବୋଲି ପ୍ରତିଶ୍ରୁ୍‌ତି ଦେଇଥିଲା । ଚାକିରି କରିବାକୁ ହେଲେ ସମସ୍ତଙ୍କ ଠାରୁ ୨୦ ହଜାର ଟଙ୍କା ଆଦାୟ କରି ଦେବାକୁ କହିଥିଲା । ଶୁକ୍ରବାର ଦିନ ମମତା ସବୁ ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ରେଳ ସଦନ ସମ୍ମୁଖକୁ ଯାଇ ଅଭିଯୁକ୍ତକୁ ସମସ୍ତ ଟଙ୍କା ଦେଇଥିଲେ । ଅଭିଯୁକ୍ତ ଟଙ୍କା ନେଇ ରେଳ ସଦନ ଭିତରକୁ ଯିବା ସହ ସମସ୍ତଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥିଲା । ମମତା ଓ ତାଙ୍କ ସାଥି ମାନେ ବାହାରେ ଅପେକ୍ଷା କରିବାର ଏକ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ବାହାରକୁ ବାହାରିନଥିଲା । ତାର ଫୋନ୍ ନମ୍ବରକୁ ମମତା ଫୋନ୍ କରିଥିଲେ ମଧ୍ୟ ଫୋନ୍ ବନ୍ଦ ରହିଥିଲା । ଶେଷରେ ମମତା ଏବଂ ଚାକିରି ଆଶାୟୀ ଥିବା ୧୦ ବ୍ୟକ୍ତି ଥାନାକୁ ଆସି ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *