ଅଳିଆ ବୁହା ଗାଡି ଧକ୍କାରେ ବାଇକ ଚାଳକ ମୃତ


ଭୁବନେଶ୍ୱର:- ଦୁର୍ଘଟଣା ରୋକିବା ପାଇଁ ନିର୍ମାଣ ହୋଇଥିବା ଖଣ୍ଡଗିରି ଓଭରବ୍ରିଜ୍ ନେଉଛି ମୁଣ୍ଡ । ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୁରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ । ଶୁକ୍ରବାର ଅପରାହ୍ନରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଜଟଣୀର ଅଜୟ ପରିଡା । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଦୁର୍ଘଟଣା ଘଟାଇଥିବା ଅଳିଆ ବୋଝେଇ ଟ୍ରକ ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି । ଜଟଣୀର ଅଜୟ ପରିଡା ଶୁକ୍ରବାର ଅପରାହ୍ନାରେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ । କାମ ସାରି ସେ ଅପରାହ୍ନ ୫ଟା ସମୟରେ ଘରକୁ ଫେରୁଥିଲେ । ଖଣ୍ଡଗିରି ଓଭରବ୍ରିଜ୍‍ ଉପରେ ଯିବା ସମୟରେ ପଛରୁ ଆସୁଥିବା ଏକ ଅଳିଆ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । 

Leave a Reply

Your email address will not be published. Required fields are marked *