୮ ମାସ ଧରି ନିଖୋଜ ନାବାଳିକା କୋରାପୁଟରରୁ ଉଦ୍ଧାର

ଭୁବନେଶ୍ୱର :- ୮ମାସ ଧରି ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଖଣ୍ଡଗିରି ଥାନା ପୁଲିସ କେରାପୁଟରୁ ଉଦ୍ଧାର କରିବାରେ ସଫଳ ହୋଇଛି । ନାବାଳିକା ନିଖୋଜ ହେବା ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବସି ପଡିଥିଲା । କିନ୍ତୁ ନିଖୋଜ ନାବାଳିକାଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୁରନ୍ତ ନାବାଳିକାଙ୍କୁ ଖୋଜିବା ପାଇଁ ହାଇକୋର୍ଟ ଡିସିପି ଉମାଶଙ୍କର ଦାଶଙ୍କୁ ରିପୋର୍ଟ ତଲବ କରିଥିଲେ । ଏହି ରିପୋର୍ଟ ପରେ ପୁଲିସ ନାବାଳିକାଙ୍କୁ ଖୋଜିବାକୁ ତତ୍ପର ପ୍ରକାଶ କରିଥିଲା । ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‍ କୋରାପୁଟ ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *