ଜମି ଦେବା ଆଳରେ ୨୪ ଲକ୍ଷ ଠକେଇ, ଠକେଇର ଶିକାର ହେଲେ ଆର୍ମି ଅଫିସର

ଭୁବନେଶ୍ୱର:- ଜମି ପାଇବା ଆଶାରେ ଜଣେ ଆର୍ମିର୍ ଅଫିସର ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ସୁବାଷ କୁମାର ସାମଲ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରୁଛି ।
ସୁବାଷ ଜଣେ ଆର୍ମି ଅଫିସର ଭାବେ ରାଜ୍ୟ ବାହାରେ କାମ କରୁଛନ୍ତି । ସେ ମଝିରେ ମଝିରେ ରାଜଧାନୀକୁ ଆସି ରୁହନ୍ତି । ୪ବର୍ଷ ତଳେ ସେ ଆଇଆରସି ଭିଲେଜରେ ଥିବା ଏକ ବିଲ୍ଡର ସଂସ୍ଥା ସହ ଭେଟ ହୋଇଥିଲା । ବିଲ୍ଡର ଜଣଙ୍କ ତାଙ୍କୁ ରାଜଧାନୀରେ ସୁଲଭ ମୂଲ୍ୟରେ ଏକ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୨୪ ଲକ୍ଷ ଟଙ୍କା ନେଇଥିଲା । ଟଙ୍କା ନେବା ପରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ପରେ ସୁବାଷ ଚାକିରି ପାଇଁ ରାଜ୍ୟ ବାହାରକୁ ପଳାଇଥିଲେ । ସେଠାରେ କିଛି ବର୍ଷ ରହିବା ପରେ ସେ ବିଲ୍ଡରକୁ ଯୋଗାଯୋଗ କରିଥିଲେ ମଧ୍ୟ ବିଲ୍ଡର ଫୋନ୍ ଉଠାଇ ନଥିଲେ । ସୁବାଷଙ୍କ ସନ୍ଦେହ ହେବାରୁ ସେ ଭୁବନେଶ୍ୱରକୁ ଆସି ବିଲ୍ଡର କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ବିଲ୍ଡର ଜଣଙ୍କ ତାଙ୍କୁ ଧରାଛୁଆଁ ଦେଇନଥିଲେ । ଶେଷରେ ସୁବାଷ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *