ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା

ଭୁବନେଶ୍ବର : ବାତ୍ୟା ୟଶକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଟିପିସିଓଡିଏଲ । ୟଶ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ବିଦ୍ୟୁତ୍ କର୍ମମଚାରୀ । ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ଦୁର୍ଘଟଣା ହୁଏ ବା ଆହତ ହୁଅନ୍ତି, ତେବେ ସେମାନଙ୍କୁ କ୍ଷତିପୂରଣ ଦେବ ଟିପିସିଓଡିଏଲ । ।

ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହେଲେ, ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଟାଟା ପାଓ୍ବାର । ସେହିପରି ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ବିଦ୍ୟୁତ୍ କର୍ମଚାରୀମାନେ ଲାଭବାନ ହେବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *