ବାଲେଶ୍ଵର ଠାରୁ ୫୫୦ କିଲୋମିଟରରେ ‘ୟାସ’ ତାଣ୍ଡବ,

ଭୁବନେଶ୍ୱର: ସମୁଦ୍ର ଭିତରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ବାତ୍ୟା ୟାସ। ରାତି ସାଢ଼େ ୧୦ ସୁଦ୍ଧା ପାରାଦ୍ଵୀପ ଠାରୁ ମାତ୍ର ୪୫୦କିଲୋମିଟର ଓ ବାଲେଶ୍ଵର ଠାରୁ ୫୫୦ କିଲୋ ମିଟର ଦୂରରେ ରହିଛି ବାତ୍ୟା ୟାସ । ବିଶେଷ କରି ବାତ୍ୟା ୟାସ  । ପ୍ରଭାବ ଭଦ୍ରକ,ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତିଂହପୁର ଜିଲ୍ଲାରେ ବେଶୀରୁ ବେଶୀ ପ୍ରଭାବ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏଥି ସହ ଯାଜପୁର ,ମୟୂର ଭଞ୍ଜ,କେନ୍ଦୁଝର,ପୁରୀ,ଖୋର୍ଦ୍ଧା,କଟକ ଜିଲ୍ଲା ରେ ମଧ୍ୟ ପ୍ରଭାବିତ ହେବ । ଏହି ସମୟରେ ମତ୍ସ୍ୟ ଯିବି ମାନଙ୍କୁ ସମୁଦ୍ରକୁ ମନା କରାଯାଇଛି ।ବାଲେଶ୍ଵର ନିକଟବର୍ତ୍ତୀ ଅଞ୍ଚଳ ରେ ଲ୍ୟାଣ୍ଡ ଫଲ କରିବାର ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୬ ତାରିଖ ମଧ୍ୟାହ୍ନ ରେ ବାତ୍ୟା ଲ୍ୟାଣ୍ଡ ଫଲ୍ କରିବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ରହିବ । ଏଥି ସହ ସର୍ବାଧିକ ୧୮୫ ପବନ ବେଗ ରହିପାରେ ।

ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଉତ୍ତର ଓଡ଼ିଶା ରେ ବେସୀ କ୍ଷତି କରିବ । ବାତ୍ୟା ପ୍ରଭାବ ରେ କଚ୍ଚା ଓ ପକ୍କା ଘର ,ଗଛ ଭାଙ୍ଗିବା ସହ ରାସ୍ତା ବି କ୍ଷତି ହେବ । ରେଲୱେ ଲାଇନ୍ ବି କ୍ଷତି ହେବ । ବନ୍ଦର ଗୁଡ଼ିକୁ ମଧ୍ୟ ବିପଦ ସଂକେତ ଦିଆଯାଇଛି ।

Leave a Reply

Your email address will not be published. Required fields are marked *