ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ କୋଭିଡରେ ପରଲୋକ

ପୁରୀ: ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି  । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ  ।  ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା   ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ ଘଟିଛି ।

କରୋନାରେ ଆକ୍ରାନ୍ତ ହୋଇ ସେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ପୁରୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା  । କିନ୍ତୁ ବିଳମ୍ବିତ ରାତିରେ ଚାରଣ ରାମଦାସ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି  ।  ଜଗନ୍ନାଥ ସଂସ୍କୃତିର ଜଣେ ବିଶାରଦ ଭାବେ ଜଣାଶୁଣା ଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରବଚନ ଦେଇ ଘରେ ଘରେ ପ୍ରସିଦ୍ଧ ଥିଲେ ଚାରଣ ରାମଦାସ ।

Leave a Reply

Your email address will not be published. Required fields are marked *