ଅନ୍‌ଲାଇନ୍ ମଦ କାରବାର: ବଢିବ ସାଇବର ଅପରାଧ

ଭୁବନେଶ୍ୱର:- ଅନ୍‌ଲାଇନ୍‌ରେ ମଦ କାରବାର ବଢିବା ପରେ ଏହାକୁ ଆୟୁଧ କରିବେ ସାଇବର ଠକ । ତେଣୁ ଲୋକଙ୍କୁ ବିଭିନ୍ନ ବ୍ରାଣ୍ଡର ମଦ ଶସ୍ତାରେ ବିକ୍ରି କରିବା ଲୋଭ ଦେଖାଇ ଠକେଇ କରିପାରନ୍ତି । ସେମାନେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ ମଦ ପିଉଥିବା ବ୍ୟକ୍ତିଙ୍କୁ ନିଜ ଜାଲରେ ପଠାଇବେ ସାଇବର ଠକ । ସେମାନଙ୍କୁ ଏକ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରିବାକୁ କହିବେ । ପରବର୍ତ୍ତି ସମୟରେ ମଦ ଡେଲିଭେରୀ ପାଇଁ ଏକ ଓଟିପି ଦେବାକୁ କହିବେ ସାଇବର ଠକ । ଯେଉଁମାନେ ସଚେତନ ନହୋଇ ନିଜର ଓଟିପି ସେୟାର କରିବେ ସେମାନେ ସାଇବର ଠକେଇର ଶିକାର ହେବେ । ତେଣୁ ଲୋକେ ଅଧିକ ସଚେତନ ହେଲେ ଏଭଳି ଠକେଇକୁ ରୋକି ହେବ । ଯେଉଁମାନେ ଅନ୍‌ଲାଇନ୍‌ରେ ମଦ ଅର୍ଡର କରିବେ ସେମାନେ ଟଙ୍କା ଟ୍ରାଞ୍ଜାକ୍‌ସନ୍ କରିବା ସମୟରେ ଅଧିକ ସତ୍ତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଟିକେ ଅସାବଧାନତା ହେଲେ ସାଇବର ଠକ ଆକାଉଣ୍ଟ ଗୋଲ କରିଦେବେ ।
ଗତ ବର୍ଷ ଲକ୍‌ଡାଉନ୍ ସମୟରେ ୩ଶହ ସାଇବର ଠକେଇ ହୋଇଛି । ଯେଉଁଥିଲେ ୨୭ କୋଟି ୮୯ ଲକ୍ଷ ୧୩ହହଜାର ଟଙ୍କାର ସାଇବର ଠକେଇ ଅଭିଯୋଗ ହୋଇଥିଲେ । ବିଶେଷ କରି ଅନ୍‌ଲାଇନ୍ ମଦ କାରବାର ନାଁରେ ୬୦ଟି ଅଭିଯୋଗ ରାଜଧାନୀର ବିଭିନ୍ନ ଥାନାରେ ହୋଇଥିଲା । ଅନେକ ଲୋକେ ମଦ ପିଇବା ଆଶାରେ ଠକେଇ ହୋଇଥିବାରୁ ଲୋକ ଲଜ୍ଜ୍ୟା ଭୟରେ ଥାନାକୁ ଅଭିଯୋଗ କରିବାକୁ ଆସୁ ନାହାନ୍ତି । ତେଣୁ ବର୍ତ୍ତମାନ ୧୨ ଲକ୍‌ଡାଉନ୍ ଭିତରେ ୨୫ଟି ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ଏହାସହ ସାଇବର ସେଲକୁ ଦେଢ ଶହ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି । ତେଣୁ ଲକ୍‌ଡାଉନ୍ ଏବେ ସାଇବର ଠକଙ୍କ ଏକ ମଉକା ପାଲଟିଛି । ତେଣୁ ସାଇବର ଠକଙ୍କ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଲୋକେ ସଚେତନ ହେବା ଆବଶ୍ୟକ । ଲୋକେ ସଚେତନ ହେଲେ ସାଇବର ଠକେଇ କମିବ ବୋଲି ସାଇବର ଏକ୍ସପଟ କହୁଛନ୍ତି ।

Leave a Reply

Your email address will not be published. Required fields are marked *