ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ

ଭୁବନେଶ୍ୱର: କଟକ-ଭୁବନେଶ୍ୱରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି ।

ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି ଚାହୁଁଥିଲେwww.bhubaneswarcuttackpolice.gov.in ଉକ୍ତ ୱେବସାଇଟରେ ଆବେଦନ କରିବାକୁ ପଡିବ । ସେହିପରି
sms ମାଧ୍ୟମରେ ମଧ୍ୟ ଲାଇସେନ୍ସ ମିଳିହେବ ବୋଲି କହିଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏଥିପାଇଁ ଆବେଦନ କରିବାକୁ ଚାହୁଁଥିଲେ 72 ଘଣ୍ଟା ପୂର୍ବରୁ ତଥ୍ୟ ଦେବାକୁ ପଡିବ । କୋଭିଡ ସମୟରେ ଵ୍ୟଵସ୍ଥା କୁ ସରଲୀ କରଣ କରିବାକୁ କମିସନରେଟ ପୋଲିସ ପକ୍ଷରୁ ଏହି ପୋର୍ଟାଲ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *