ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର, ୬୦ଲକ୍ଷ ଟଙ୍କାର ଧଳାଜହର ଜବତ : ଦୁଇ ଗିରଫ

ଭୁବନେଶ୍ୱର :-କରୋନାକୁ ନେଇ ସରକାର ୧୪ ଦିିନିଆ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଚାରିଆଡେ ପୁଲିସର ପଇଁତରା, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଏହାର
ସୁଯୋଗ ନେଇ ନିଶା ବେପାରୀମାନେ ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର । ଏହି
ନିଶା ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ । ଗିରଫ
ଅଭିଯୁକ୍ତମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବୋଲି ଜଣାପଡିଛି । ଏହାର ଚେର ଜଳେଶ୍ୱରରୁ
ଭୁବନେଶ୍ୱରକୁ ଲମ୍ୱିଥିବା ଜଣାପଡିଛି ।ମହାମାରୀ କରୋନା ଗାଡି ଚଳାଚଳ ଏକଦମ୍ ବନ୍ଦ
ରହିଛି । କେବଳ ଅତ୍ୟାବଶ୍ୟକ ଗାଡି ଗୁଡିକ ଯିବାଆସିବା କରୁଛି । ଏହା ସୁଯୋଗ ନେଇ
ଜଳେଶ୍ୱର ଅଚଂଳର ମଦନ କୁମାର ବେହେରା ଓ ଏସ୍‌.କେ ମଞ୍ଜୁଲ୍ ସୋମବାର ଦିନ ସକାଳୁ ମାଛ
ଗାଡିରେ ରାଜଧାନୀ ଭୁବନେଶ୍ୱରକୁ ବ୍ରାଉନ୍‌ସୁଗର ଚାଲାଣ କରୁଥିଲେ । ମଦନ ଓ ଏସ୍‌.କେ ମଞ୍ଜୁମ
ମାଛ ଗାଡିରେ ବ୍ରାଉନ୍‌ସୁଗର ଧରି ଆସୁଥିବା ଗୁଇନ୍ଦ ସୂତ୍ରରୁ ଖବର ପାଇ ମଞ୍ଚେଶ୍ୱର ଥାନା
ପୁଲିସ ଓ କୁଇକ ଆକ୍ସନ ଟିମ ହାଇଟେକ୍ ମେଡିକାଲ ଛକରେ ଛପି ରହିଥିଲେ । ମାଛ ଗାଡି
ଆସିବା କ୍ଷଣୀ ଗାଡିକୁ ଅଟକାଯାଇ ଯାଚଂ କରାଯାଇଥିଲା । ସେହି ସମୟରେ ଗାଡି ଭିତରୁ ୫୧୮
ଗ୍ରାମ ବ୍ରାଉନସୁଗାର ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ
ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୁଲିସ ମଦନ କୁମାର ବେହେରା ଓ ଏସ୍‌.କେ ମଞ୍ଜୁଲକୁ
ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ରାଜଧାନୀରେ କଲେଜ
ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । ଆଉ ସମୟ ସୁବିଧା ଦେଖି ସେମାନଙ୍କୁ ବ୍ରାଉନସୁଗର
ଯୋଗାଉଥିଲେ ।

Leave a Reply

Your email address will not be published. Required fields are marked *