ଦିନ ଦ୍ୱିପହରେ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର:- କୋଭିଡ଼କୁ ରୋକିବା ପାଇଁ ଲକ୍‌ଡାଉନ୍ ଓ ସଟଡାଉନ୍ ଜାରି କରାଯାଇଛି । ଘରୁ କେହି ବାହାରୁ ନଥିବାବେଳେ ଯାହାର ଫାଇଦା ନେଉଛନ୍ତି ଚୋର । ଦିନ ବେଳେ ବି ଚୋରମାନେ ନିର୍ଭୟରେ ଚୋରି କରି ଚମ୍ପଟ ମାରୁଛନ୍ତି । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଦିନ ଦ୍ୱିପହରେ ଘରେ ସମସ୍ତେ ଶୋଇଥିବା ବେଳେ ଘର ଭିତରେ ପଶି ଜଣେ ଚୋର କଳାକନା ବୁଲାଇ ଚମ୍ପଟ ମାରିଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂବୋର୍ଡ କଲୋନି ନିକଟରେ ଥିବା ରାଧାକୃଷ୍ଣ ଲେନ୍ ବସ୍ତିରେ ପମା ମୁର୍ମୁ ପରିବାର ସହ ରୁହନ୍ତି । ତାଙ୍କ କହିବା ମୁତାବକ ସୋମବାର ସେ ଘରେ ଶୋଇଥିବା ବେଳେ ଜଣେ ଦୁବୃର୍ତ ତାଙ୍କ ଘରେ ପଶି ଘରୁ ଏକ ଟିଭି ଓ ମୋବାଇଲ୍ ଚୋରି କରି ନେଇ ପଳାଇଥିଲା । ପରେ ପମା ନିଦରୁ ଉଠି ତାଙ୍କ ଘରୁ ଚୋରି ହୋଇଥିବା ଜାଣି ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି
ଯାଇ ଦେଖିଥିଲେ । ସିସିଟିଭିରେ କଏଦୀ ହୋଇଥିବା ଦୃଶ୍ୟ ଅନୁସାରେ ଘରେ ପଶି ଜଣେ ଚୋର ତାଙ୍କ ଜିନିଷକୁ ନେଉଥିବା ଦେଖିବାକୁ ପାଇଥିଲେ । ଏନେଇ ପମା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *