ହତ୍ୟା ମାମଲାରେ ଫେରାର ରେସଲର ସୁଶିଲ କୁମାରଙ୍କ ପାଇଁ ପୁରସ୍କାର ରାଶି ଘୋଷିତ

ନୂଆଦିଲ୍ଲୀ:-ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍‌ ସୁଶିଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଦିଲ୍ଲୀ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ସୁଶିଲଙ୍କ ସହଯୋଗୀ ଅଜୟ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଛି। ସାଗର ଧନଖଡ଼ ହତ୍ୟାକାଣ୍ଡ ମାମଲାରେ ରେସଲର ସୁଶିଲ କୁମାରଙ୍କୁ ପୋଲିସ ଖୋଜୁଛି।

ରୋହିଣୀ କୋର୍ଟରୁ ପୋଲିସ ସୁଶିଲ ଏବଂ ୬ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଓ୍ବାରେଣ୍ଟ ହାସଲ କରିଛି। ମୋବାଇଲ ଲୋକେସନ ଏବଂ ଯାଞ୍ଚରୁ ଜଣାପଡ଼ୁଛି ସୁଶିଲ ହରିଦ୍ବାରର ଏକ ବାବାଙ୍କ ଆଶ୍ରମରେ ଲୁଚିଥିବା ପୋଲିସ କହିଛି। ତାଙ୍କ ବିରୋଧରେ ପୋଲିସ ଲୁକ୍‌ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରିସାରିଛି। ଷ୍ଟାଡିୟମରେ କାମ କରୁଥିବା ୧୭ ଲୋକଙ୍କ ବୟାନ ମଧ୍ୟ ରେକର୍ଡ ସରିଛି। ସାଗରକୁ ମାଡପିଟ୍‌ ବେଳେ ବଞ୍ଚାଇବାକୁ ଚେଷ୍ଟା କରିଥିବା ୩ ରେସଲର ଭକ୍ତୁ, ସୋନୁ ଏବଂ ଅମିତଙ୍କର ମଧ୍ୟ ପୋଲିସ ବୟାନ ରେକର୍ଡ କରିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ପ୍ରିନ୍ସ ଦଲାଲ ମୋବାଇଲ୍‌ ଭିଡିଓକୁ ଯାଞ୍ଚ ପାଇଁ ପୋଲିସ ଫରେନ୍ସିକ୍‌ ଲାବ ପଠାଇଥିଲା। ତାର ରିପୋର୍ଟ ମଧ୍ୟ ଆସିସାରିଛି। କୋର୍ଟ​ରେ ଏହାକୁ ଦିଆଯାଇଛି। ସୁଶିଲ ଏବଂ ସାଥି ସାଗରକୁ ରଡ୍‌ ଏବଂ ବାଡିରେ ପିଟୁଥିବା ବେଳେ ପ୍ରିନ୍ସ ହିଁ ମୋବାଇଲରେ ସୁଟ୍‌ କରିଥିଲା।

Leave a Reply

Your email address will not be published. Required fields are marked *