କୋଭିଡ୍‌ରୁ ମୁକ୍ତ ହେଲା ଛୋଟା ରାଜନ୍‌, ପୁଣି ଫେରିଲା ତିହାର

ନୂଆଦିଲ୍ଲୀ,:- କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର ଛୋଟା ରାଜନ୍‌ ପୁଣି ତାର ପୁରୁଣା ସ୍ଥାନକୁ ଫେରିଛି । ଅର୍ଥାତ ସେ ରହୁଥିବା ତିହାର ଜେଲ୍‌କୁ ତାକୁ ପୁଣି ପଠାଇ ଦିଆଯାଇଛି ।  ଗ୍ୟାଙ୍ଗ୍‌ଷ୍ଟାର ରାଜନ୍‌ କୋଭିଡ୍‌ ଟେଷ୍ଟ ପରେ ପଜିଟିଭ୍‌ ହୋଇଥିଲା । ଏହି କାରଣରୁ ତାକୁ ଚିକିତ୍ସା ପାଇଁ ଏମ୍ସ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ରାଜନ୍‌ ତିହାର ଜେଲ୍‌ରେ ଥିବା ସମୟରେ ଏପ୍ରିଲ୍‌ ୨୨ ତାରିଖରେ କରୋନାରେ ସଂକ୍ରିମିତ ହୋଇଥିବା ଜଣାପଡ଼ିଥିଲା । ପରେ ଏପ୍ରିଲ୍‌ ୨୪ ତାରିଖରେ ତାକୁ All India Institute of Medical Sciences (AIIMS)  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏବେ ସେ କରୋନା ମୁକ୍ତ ହୋଇଥିବା ଡାକ୍ତର କହିଛନ୍ତି । ଜଣେ ଉପରିସ୍ଥ ପୋଲିସ୍‌ ଅଧିକାରୀଙ୍କ ସୂଚନା ମୁତାବକ ମଙ୍ଗଳବାର ରାଜନ୍‌କୁ ପୁଣି ଥରେ ତିହାର ଜେଲ୍‌କୁ ଅଣାଯାଇଛି ।

ଗତ ଶୁକ୍ରବାର କୋଭିଡ୍‌ରେ ରାଜନ୍‌ର ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହି ଗୁଜବକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିଲା । ତବେ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ଧରାପଡ଼ିଥିବା କୁଖ୍ୟାତ ଛୋଟା ରାଜନ୍‌କୁ କଡ଼ା ସୁରକ୍ଷାରେ ସେବେଠାରୁ ଜେଲ୍‌ରେ ରଖାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *