ଜି-୭ ସମ୍ମିଳନୀ ପାଇଁ ବ୍ରିଟେନ୍ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ ମୋଦୀ,

ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‌ରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗ ଦେବେ ନାହିଁ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜର ବ୍ରିଟେନ୍ ଗସ୍ତ ବାତିଲ୍ କରିଛନ୍ତି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ଜି-୭ରେ ସାମିଲ ହେବା ପାଇଁଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦ୍ଵାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜି-୭ ପାଇଁ ସ୍ଵତନ୍ତ୍ର ଆମନ୍ତ୍ରିତ କରିବାକୁ ପ୍ରଶଂସା କରୁଛୁ। କିନ୍ତୁ କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀର ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଗ ଦେଉଛନ୍ତି। ଏହା ବ୍ୟତୀତ ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ପରି ଦେଶ ଏଥିରେ ସାମିଲ ହେଉଛନ୍ତି। କୁହାଯାଉଛି, ବୈଠକରେ ସାମିଲ୍ ହେବାକୁ ଥିବା ଜି-୭ର ନେତା କରୋନା ଭାଇରସ୍ ମହାମାରୀ ଓ ଏହାର ବୈଶ୍ଵିକ ଅର୍ଥନୀତି ଉପରେ ପଡୁଥିବା ପ୍ରଭାବ ବିଷୟରେ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *