ଗାଁ ମେଲଣରୁ ପ୍ରେମ,ରାଜଧାନୀରେ ବଳାତ୍କାର ପରେ ଧୋକା

ଭୁବନେଶ୍ୱର:- ଗାଁ ମେଲଣରୁ ହୋଇଥିଲେ ଚିହ୍ନା। ତା ପରେ ଫେସବୁକରେ ହୋଇଥିଲା ଚାଟିଂ। ଚାଟିଂରୁ ଗଢି ଉଠିଥିଲା ଉଭୟଙ୍କ ମଧ୍ୟରେ ପ୍ରେମ। ଯାହାର ଫାଇଦା ନେଲେ ପ୍ରେମିକ। ଯୁବତୀଙ୍କୁ ରାଜଧାନୀରେ ବିବାହ ଆଳରେ ରଖିଲେ ଶାରିରୀକ ସମ୍ପର୍କ। ଶେଷରେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଛାଡି ଦେଇଛନ୍ତି। ଏଭଳି ଘଟଣା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି। ଯୁବତୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ପ୍ରେମୀକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ବାଘମାରି ଅଞ୍ଚଳରେ ଆଦିତ୍ୟ ପ୍ରସାଦ କୁଣ୍ଡୁ। ତାଙ୍କୁ ଗୁରୁବାର କୋଟ ଚାଲାଣ କରାଯାଇଛି।।
ସୂଚନାଯୋଗ୍ୟ, 5 ମାସ ହେବ ଆଦିତ୍ୟଙ୍କର ବଡ଼ଗଡ଼ ଅଞ୍ଚଳରେ ରହୁଥିବା ଯୁବତୀଙ୍କ ସହ ଗ୍ରାମ ମେଲଣରେ ଦେଖା ହୋଇଥିଲା। ଏହାପରେ ଉଭୟ ପରିଚିତ ହୋଇ ଫେସବୁକ ଆଇଡି ନେଇଥିଲେ। ଏହାପରେ ଉଭୟ ଫେସବୁକରେ ଚାଟିଂ କରିବା ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ। ଉଭୟ ରାଜଧାନୀର ପାର୍କ,ମଲ ବୁଲାବୁଲି କରିଲେ। ଏପରିକି ଆଦିତ୍ୟ ଯୁବତୀଙ୍କ ସହ ହୋଟେଲରେ ଶାରୀରିକ ସମ୍ପର୍କ ରଖିଲେ। ଯୁବତୀ ଗର୍ଭବତୀ ହୋଇଥିଲେ। ଆଦିତ୍ୟ ତାଙ୍କୁ ଵିଵାହ ଆଳ ଦେଖାଇ ଗର୍ଭପାତ କରାଇଥିଲେ। ଶେଷରେ ଆଦିତ୍ୟ ଯୁବତୀଙ୍କୁ ବିବାହ ନ କରି ଛାଡି ଚାଲିଯାଇଥିଲେ। କିଛି ବାଟ ନ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବତୀ।

Leave a Reply

Your email address will not be published. Required fields are marked *