ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର:- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ଦିନକୁ ଦିନ ବଢ଼ି ଚାଲିଛି। ଯାହାକୁ ନଜରରେ ରଖଇ ଛତିଶଗଡ଼ ରାଜ୍ୟରକୁ ସଂଯୋଗ କରୁଥିବା ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏହାଛଡ଼ା ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ ପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ମଙ୍ଗଳବାର ସନ୍ଧ୍ୟା ୬ଟା ରାଜ୍ୟ ତମାମ ପୁଲିସ ସ୍ପେଶାଲ୍‌ ଡ୍ରାଇଭ୍‌ କରିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଫଇନ୍‌ କରିଛି। କେତେକ କ୍ଷେତ୍ରରେ କେତେକ ଅଭ୍ୟାସଗତ ଅମାନିଆଙ୍କୁ ଫାଇନ୍‌ କରିଛି। ମଙ୍ଗଳବାର ସକାଳରୁ ବୁଧବାର ସକାଳ ପର୍ଯ୍ୟନ୍ତ ପୁଲିସ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଆଦାୟ କରିଛି।ସେପଟେ ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଫୋକସ ଦେଇଛନ୍ତି। ସେଠାକୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଲ୍ୟାବ ଟେକନିସିଆନ ଆଦି କର୍ମଚାରୀଙ୍କୁ ତୁରନ୍ତ ପୁନଃମୁତୟନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀର ମୁକାବିଲା ପାଇଁ ସେଠାରେ ଆବଶ୍ୟକ ମାନବସମ୍ବଳ ବ୍ୟବସ୍ଥା ସୁଦୃଢ଼ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *