ରାମ ମନ୍ଦିର ଫଙ୍କସନ୍ ହଲ ସହ ଅକ୍ସଫୋର୍ଡ କଲେଜକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହୋଟେଲ ଓ ହଲରେ ଉତ୍ସବ ଉପରେ ବିଏମସି କଟକଣା ଜାରି କରିଛି । କୌଣସି ଉତ୍ସବ ପାଇଁ ବିଏମସି ଠାରୁ ଅନୁମତି ନେବାକୁ କୁହାଯାଇଛି । ତଥାପି ଅଧିକାଂଶ ସ୍ଥାନରେ ବିଏମସି ଠାରୁ ଅନୁମତି ନନେଇ ଅନେକ ଉତ୍ସବ ପାଳନ କରୁଛନ୍ତି ।

ଜନପଥସ୍ଥିତ ରାମ ମନ୍ଦିର ଫଙ୍କସନ୍ ହଲରେ ଏକ ଜନ୍ମଦିନ ଉତ୍ସବ ପାଳନ ବେଳେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ବିଏମସିର ବିନା ଅନୁମତିରେ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବାରୁ ରାମ ମନ୍ଦିର କାର୍ଯ୍ୟକ୍ରମ ହଲକୁ ସିଲ୍ କରି ଦେଇଛି ବିଏମସି । ଏଥିସହ ଜନ୍ମଦିନ ଉତ୍ସବ ଆୟୋଜନକାରୀଙ୍କୁ ବିଏମସି ୫ ହଜାର ଟଙ୍କା ଜରିମାନା କରିଛି । ବିଏମସି ଠାରୁ ଅନୁମତି ନେଇ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ଅନ୍ୟପଟେ ପଲ୍ଲାସପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ କଲେଜକୁ ସିଲ୍ କରିଛି ବିଏମସି । କଲେଜ କର୍ତ୍ତୃପକ୍ଷ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁନଥିବାରୁ ବିଏମସି ସିଲ୍ କରିଥିବା ଜଣାପଡ଼ିଛି । ମଙ୍ଗଳବାର ବିଏମସି କର୍ତ୍ତୃପକ୍ଷ ସମାନ ଅଭିଯୋଗରେ ସିଲିକନ୍ ଇନଷ୍ଟିଚ୍ୟୁଟକୁ ମଧ୍ୟ ସିଲ୍ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *