ଉଚ୍ଛେଦ ବେଳେ ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ

ଭୁବନେଶ୍ୱର: –ବସ୍ତି ଉଚ୍ଛେଦକୁ ବିରୋଧ । ରେଳ ମାର୍କେଟ ନିକଟ ସାଇନଥ ବସ୍ତି ଉଚ୍ଛେଦକୁ ବିରୋଧ କରାଯାଇଛି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଛି । ବସ୍ତି ଉଚ୍ଛେଦ ପାଇଁ ପହଞ୍ଚିଥିବା ବିଡିଏ କର୍ମଚାରୀଙ୍କୁ ବିରୋଧ କରିଛନ୍ତି ସାଇନାଥ ବସ୍ତି ବାସିନ୍ଦା । ଟ୍ରାଞ୍ଜିଟ ହାଉସକୁ ଯିବେ ନାହିଁ କି ସାଇନାଥ ବସ୍ତିରୁ ଉଠିବେ ନାହିଁ ବୋଲି ବସ୍ତି ବାସିନ୍ଦା ଜିଦ୍ ଧରିବା ସହ ସାଇନାଥ ବସ୍ତି ପାଖାପାଖି ରହିବା ପାଇଁ ଜାଗା ଦିଆଯାଉ ବୋଲି ଦାବି କରିଛନ୍ତି ।ଉଚ୍ଛେଦ ବନ୍ଦ ନେଇ ବସ୍ତି ବାସିନ୍ଦା ହାଇକୋର୍ଟରୁ ଷ୍ଟେ ଅର୍ଡର ମଧ୍ୟ ଆଣିଛନ୍ତି । ଉଚ୍ଛେଦ ପାଇଁ ଆସିଥିବା ଜେସିବି ଅଟକାଇବା ବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବିଡିଏର ମିଳିତ ସ୍କ୍ୱାଡ୍ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ । କିଛି ବସ୍ତି ବାସିନ୍ଦା ସ୍କ୍ୱାଡର ମହିଳା କର୍ମଚାରୀଙ୍କୁ ପଥର ଫୋଫାଡ଼ିଥିଲେ । ଉଚ୍ଛେଦ ଜାରି ରଖିବାକୁ ବିଡିଏ, କମିଶନରେଟ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।ଅତ୍ୟଧିକ ବିରୋଧ ଯୋଗୁ ବିଡିଏ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛି । ଡମଣାରୁ ଆସୁଥିବା ଶହେ ଫୁଟିଆ ରୋଡ୍ ପାଇଁ ଉଚ୍ଛେଦ କରାଯାଉଥିବା କହିଛନ୍ତି ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର । ତେବେ ବିଏମସି ପକ୍ଷରୁ ସେମାନଙ୍କ ରହିବା ପାଇଁ ଟ୍ରାଞ୍ଜିଟ୍ ହାଉସରେ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଉଛେଦ ଜାରି ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *