ଦଲାଲଙ୍କ କବ୍‌ଜାରେ SCB ମେଡିକାଲ, ଦୁଇ ଦିନରେ ୯ ଜଣ ଦଲାଲ ଗିରଫ

କଟକ: ମେଡିକାଲରେ ନୁହଁ, ନର୍ସିଂହୋମରେ ମିଳିବ ଭଲ ଚିକିତ୍ସା । ରୋଗୀଙ୍କୁ ପ୍ରଲୋଭିତ କରି ଭୁଆଁ ବୁଲାଉଛନ୍ତି ଦଲାଲ ।  ଦଲାଲଙ୍କ କବଜାରେ କଟକ ଏସସିବି ମେଡିକାଲ । ମେଡିକାଲର ଚତୁଃପାର୍ଶ୍ଵରେ ମାଳ ମାଳ ଛୋଟବଡ଼ ଘରୋଇ ନର୍ସିଂହୋମ ଏବଂ ଲ୍ୟାବ୍‌ ରହିଛି । କିଛି ଡାକ୍ତରଙ୍କ ଇଙ୍ଗିତରେ ଘରୋଇ ନର୍ସିଂ ହୋମକୁ ହାଇଜାକ୍‌ ହେଉଛନ୍ତି ରୋଗୀ । ମେଡିକାଲରେ ନୁହେଁ, ନର୍ସିଂହୋମ୍‌ରେ ଭଲ ଚିକତ୍ସା ଯୋଗାଇ ଦେବାକୁ କହି ଟଙ୍କା ଲୁଟୁଛନ୍ତି ଦଲାଲ । ଏଭଳି କାର୍ଯ୍ୟରେ ଡାକ୍ତର ସହାୟତା କରୁଥିବା ଅଭିଯୋଗ ହୋଇଛି । ଶନିବାର ଓ ରବିବାର ଦୁଇ ଦିନରେ ୯ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ୍ ।

ଦଲାଲମାନେ ମେଡିକାଲ ଭିତରେ ବି ସୁବ୍ୟବସ୍ଥା କରାଇବାକୁ କହି ଟଙ୍କା ଲୁଟୁଛନ୍ତି । ଏହି ଦଲାଲଙ୍କୁ ଡାକ୍ତର ସହାୟତା କରୁଥିବା ଭଳି ଆସିଛି ସାଂଘାତିକ ଅଭିଯୋଗ । ତେବେ କଟକ ମଙ୍ଗଳାବାଗ କାଠଗୋଲା ସାହି ପାଖରେ ଏସ୍‌ସିବି ମେଡିକାଲକୁ ଲାଗି ରହିଛି ମାଳ ମାଳ ନର୍ସିଂ ହୋମ ଓ ପାଥୋଲ୍ୟାବ୍‌ । ହେଲେ ସବୁଠୁ ବଡ଼ କଥା ହେଲା, ନର୍ସିଂ ହୋମ୍‌ ଓ ଫଥୋଲ୍ୟାବ୍‌ରେ ଲାଗିଥିବା ଫଳକରେ ଲେଖା ହୋଇଛି ଡାକ୍ତରଙ୍କ ନାଁ । ସମସ୍ତ ଡାକ୍ତର ଏସ୍‌ସିବିର ଓ ସେମାନଙ୍କ ରୋଗୀ ଦେଖିବା ସମୟ ବି ଲେଖା ଯାଇଛି । ହେଲେ ମେଡିକାଲରେ ଉପସ୍ଥିତ ରହିବା ସମୟରେ କିଭଳି ଏଠାରେ ରୋଗୀଙ୍କୁ ଚିକତ୍ସା କରୁଛନ୍ତି ଏସ୍‌ସିବି ଡାକ୍ତର ? କାହା ଅନୁମତିରେ ଅଫିସ ସମୟରେ ନର୍ସିଂହୋମରେ ରୋଗୀ ଚିକତ୍ସା କରୁଛନ୍ତି ଡାକ୍ତର ? ଅଧିକ ଟଙ୍କା ରୋଜଗାର କରିବାରେ ଏମାନଙ୍କୁ କିଏ ଯୋଗାଉଛି ସହାୟତା ? ଏହି ଗୋଟିଏ କଥା ନୁହଁ, ଏସ୍‌ସିବିରେ ରୋଗୀ ସେବାର ପ୍ରତିଟି କ୍ଷେତ୍ରରେ ମାଳମାଳ ଏଜେଣ୍ଟ କାମ କରୁଛନ୍ତି । ମେଡିକାଲରେ ପୋଲିସର ଚଢାଉ ବେଳେ ଏଭଳି ସାଂଘାତିକ ସତ ପଦାକୁ ଆସିଛି । ଚଢାଉ ବେଳେ ୬ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *