ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: -ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଓ ପରେ ତିନି ବିଜେପି ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିବା ପ୍ରସଙ୍ଗରେ ଗତକାଲିଠାରୁ ବିଧାନସଭା ପରିସର ଗାନ୍ଧୀ ମୂର୍ତୀ ତଳେ ଧାରଣା ଦେଇଥିବା ବିଜେପି ବିଧାୟକ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କୁ ଘେରିଛି । ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଅନୁରୋଧକ୍ରମେ ବିଧାୟକଦଳ ତାଙ୍କ ଅନଶନ ପ୍ରତ୍ୟାହାର କରିଥିଲେ । ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କରିବା ସହ ରାଜ୍ୟପାଳଙ୍କୁ ଭେଟି ପାରିତ ହୋଇଥିବା ବିଧେୟକକୁ ମଂଜୁରୀ ନଦେବାକୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ।

ଆଜି ରାଜ୍ୟପାଳଙ୍କୁ ଏବାବଦରେ ଫେରାଦ ହୋଇଛନ୍ତି ବିଜେପି ବିଧାୟକ । ବିରୋଧୀଙ୍କୁ ଆଲୋଚନାରେ ଭାଗ ନେବାକୁ ସୁଯୋଗ ନଦେଇ ବିଲ ପାରିତ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଏହା ସହ ସେହି ବିଲ ଗୁଡିକୁ ମଂଜୁରୀ ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ ମଧ୍ୟ କରିଛି ଦଳ । ଗୃହରେ ବାଚସ୍ପତିଙ୍କ ଏକ ପାଖିଆ ନିଷ୍ପତି ଯୋଗୁ ଶନିବାର ଗୃହରେ ଚପଲ ଫିଙ୍ଗିବା ପର୍ଯ୍ୟନ୍ତ କଥା ଯାଇଥିବା କହିଛି ବିଜେପି । ଚପଲ ଫିଙ୍ଗା ଘଟଣାରେ ତିନି ବିଜେପି ବିଧାୟକ ନିଲମ୍ବିତ ହେବାକୁ ନେଇ ରାତିସାରା ବିଧାନସଭା ଗାନ୍ଧୀମୂର୍ତୀ ନିକଟରେ ଧାରଣା ଦେବା ପରେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବାଚସ୍ୱତିଙ୍କୁ ଟାର୍ଗେଟ କରିଛି । ଏପଟେ ବିଜେପି ହିଂସ୍ର ଆଚରଣ ଛାଡି, ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପାଇଁ ବାଚସ୍ପତି ଓ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗୁ ବୋଲି ଦାବି କରିଛି ବିଜେଡି ।

Leave a Reply

Your email address will not be published. Required fields are marked *