ରାଗିଂ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରଦାନ

ସମ୍ବଲପୁର:-ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ କରି କଲେଜ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି।  ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍, ଆୟୁଷ ମନ୍ତ୍ରଣାଳୟ, ସମ୍ବଲପୁର ଜିଲ୍ଲାପାଳ ଓ ଏସିପଙ୍କୁ ରିପୋର୍ଟ ପ୍ରଦାନ କରିଛି ହୋମିଓପାଥି କଲେଜର ଆଣ୍ଟି ରାଗିଂ ସେଲ୍ ।୪ ଜଣ ଛାତ୍ରୀ ସେମାନଙ୍କୁ ଛାତ୍ରୀ ନିବାସରେ ରାଗିଂ କରାଯାଇଥିବା ନେଇ ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ହେଲ୍ପ ଲାଇନକୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ।  ଅଭିଯୋଗ ମୁତାବକ ଗତ ୧ ତାରିଖରେ ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଘଟଣା ସଂପର୍କରେ ପଚରାଉଚରା କରାଯିବା ସହ ସେମାନଙ୍କଠାରୁ ଲିଖିତ ବୟାନ ସଂଗ୍ରହ କରାଯାଇଥିଲା।ତେବେ କଲେଜ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।  ଅଭିଯୋଗର ସତ୍ୟାସତ୍ୟ ଥିଲେ କାଯର୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କହିଥିଲେ କଲେଜ ଅଧ୍ୟକ୍ଷ । ହେଲେ ଅଭିଯୋଗର ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କହିଥିଲେ  କଲେଜ ଅଧ୍ୟକ୍ଷ ।

Leave a Reply

Your email address will not be published. Required fields are marked *