କିନ୍ନରଙ୍କ ଧଳା ଜହର ବେପାର, ୭୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ

ବାଲେଶ୍ୱର: ବ୍ରାଉନ୍ ସୁଗର ବ୍ୟବସାୟରେ ଏବେ ମୋହରା ସାଜିଛନ୍ତି କିନ୍ନର । ପୋଲିସ, ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢାଉ ପରେ ବ୍ୟବସାୟୀ ମାନେ ନୂଆ ତରିକାରେ ଚଳାଇଛନ୍ତି ଧଳା ଜହର ବ୍ୟବସାୟ । ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ ତେନ୍ତୁଳିଆ ଠାକୁରାଣୀ ଛକରୁ ଜଣେ କିନ୍ନରଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୭୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି ।ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ପାଟଣାସାହିର ରାକ୍ଷୀ କିନ୍ନର । ରାକ୍ଷୀଙ୍କ ଠାରୁ ଜବତ ହୋଇଥିବା ବ୍ରାଉନ୍ ସୁଗରର ଆନୁମାନିକ ବଜାର ମୂଲ୍ଯ ୭୦ ହଜାରରୁ ଅଧିକ ଟଙ୍କା ବୋଲି କୁହାଯାଉଛି। ରାକ୍ଷୀ କିନ୍ନର ଏହି ବ୍ରାଉନ୍ ସୁଗର ଖୋର୍ଦ୍ଧାକୁ ନେଇ ଯାଉଥିବାବେଳେ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୩ ଶହ ଟଙ୍କା, ମୋବାଇଲ୍ ମଧ୍ଯ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *