ପିପିଲି : ଥାନା ସାମ୍ନାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ପିପିଲି :- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। ତା’ପୁଣି ପିପିଲି ଥାନା ସମ୍ମୁଖରେ।

ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଦଳୀୟ କର୍ମୀମାନେ ଥାନା ଘେରାଉ କରିବାକୁ ଯାଉଥିବା ବେଳେ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଥାନା ସମ୍ମୁଖରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ତେବେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଧରିବା ନେଇ ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ବିଜେପି କର୍ମୀମାନେ ଥାନା ସମ୍ମୁଖରୁ ହଟିଥିଲେ।ଆଜି ସକାଳେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରାଇଗିରିପୁର ଗାଁରେ ପ୍ରଚାର କରୁଥିଲେ। ସେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ତାଙ୍କ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଆଶ୍ରିତ।ଆକ୍ରମଣକାରୀଙ୍କ ଗିରଫ ଦାବିରେ ଆଶ୍ରିତ ଓ ତାଙ୍କ ସମର୍ଥକମାନେ ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ। ପରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଧାରଣାରେ ସାମିଲ ହୋଇଥିଲେ। ଦୀର୍ଘ ୩ରୁ ୪ ଘଣ୍ଟା ପରେ ପିପିଲି ଆଇଆଇସି ଓ ଏସ୍‌ଡିପିଓ ଧାରଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆଶ୍ରିତ ଓ ତାଙ୍କ ସମର୍ଥକ ଧାରଣାରୁ ଉଠି ଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କଲାନାହିଁ।

Leave a Reply

Your email address will not be published. Required fields are marked *