ଆହୁରି କଡ଼ାକଡ଼ି ହେବ କଟକଣା,

ଭୁବନେଶ୍ୱର :-ଭୁବନେଶ୍ୱରରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି, ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ।

ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ଏବେ ଭୁବନେଶ୍ୱରକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନର ସ୍ଥିତି ଯାହା ଅଛି, ତାକୁ ଆଖି ଆଖିରେ ରଖି କଟକଣାକୁ ଆହୁରି କଠୋର କରାଯିବ।

ବିଏମସି କମିଶନର କହିଛନ୍ତି, ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଯେଉଁ ଲୋକମାନେ ଆସୁଛନ୍ତି, ତାହା ଉପରେ ଆମେ ନଜର ରଖିଛୁ। ବିଶେଷକରି ଆମେ ଲୋକମାନଙ୍କୁ ଅଧିକ ସଚେତନ କରାଇବା ପାଇଁ ଗୁରୁତ୍ୱ ଦେଉଛୁ।

ଟିକାକରଣକୁ ନେଇ କମିଶନର କହିଛନ୍ତି, ଏପ୍ରିଲ୍ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ୍ ରିପୋର୍ଟ ଆଣିବା ପାଇଁ ନିର୍ଦ୍ଦେଶ ଜାରି ହେବ। ବାହାରୁ ଆସୁଥିଲେ ସାଥିରେ ତିନିଦିନର ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯିବ।

Leave a Reply

Your email address will not be published. Required fields are marked *