ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ; ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍‌

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନବା ସ୍ପଷ୍ଟ କରିଛନ୍ତି ଲୋକାୟୁକ୍ତ ।

କୋଭିଡ ପରିଚାଳନାରେ ତ୍ରୁଟି ଦର୍ଶାଇ ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଭିଜିଲାନ୍ସ ଏହାର ତଦନ୍ତ ଜାରି ରଖିଥିଲେ । ଶେଷରେ ଆଜି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଭିଜିଲାନ୍ସ ଟିମ ।

ରାଜ୍ୟରେ ମାସ୍କ ଏବଂ ପିପିଇ କିଟ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ସମେତ ବିରୋଧି ବିଜେପି । ଶେଷରେ ରାଜ୍ୟ ସପରକାରଙ୍କୁ ଆଜି କ୍ଲିନଚିଟ ଦେଇଛି ଲୋକାୟୁକ୍ତ । ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତି କରିନଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *