ଅଞ୍ଜନାଙ୍କ ଘରେ ସିବିଆଇ ଟିମ, ୪୫ମିନିଟ୍ ଆଲୋଚନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଓ ବିବନ ବିଶ୍ବାଳ ଗିରଫ ମାମଲାରେ ସିବିଆଇର ପଚରାଉଚରା। ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଛି ସିବିଆଇର ୨ଜଣିଆ ଟିମ୍ । ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିୁଯୁକ୍ତ ବିବନ ବିଶ୍ବାଳ ଗିରଫ ହେବାପରେ ପୁଣି ଥରେ ଫାଇଲ ଖୋଲିଥିଲା ସିବିଆଇ ।

ଭୁବନେଶ୍ବରସ୍ଥିତ ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇର ଦୁଇ ଜଣିଆ ଟିମ ପହଁଚିବା ସହ ଦୁଷ୍କର୍ମ ମାମଲା ବିଷୟରେ ଅଞ୍ଜନାଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଅଞ୍ଜନାଙ୍କ ସହ ସିବିଆଇ ୪୫ମିନିଟ୍ ଆଲୋଚନା କରିଥିବା ବେଳେ ସିବିଆଇକୁ ଅଞ୍ଜନା କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *