ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ନୀଳଗିରି:-ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କଟି ସିଂଙ୍କ ସ୍ତ୍ରୀ ରଇବାରୀ ସିଂ । ତାଙ୍କ ଘର ଭାଲୁକାଶୁଣି ଗାଁରେ ବୋଲି ଜଣାପଡିଛି।ଜଙ୍ଗଲ ଭିତରକୁ କିଛି ଲୋକ କାଠ ଆଣିବା ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ।
ପାଖରେ ବିଷ ବୋତଲ ପଡିଥିବା ନେଇ ମହିଳା ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଘଟଣାର ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।