ସାଂଘାତିକ ସ୍ଥିତି ଆଡେ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାର, ଗତବର୍ଷ ଅପେକ୍ଷା କମିଲାଣି ୧୦ ଫୁଟ୍ ପାଣି

ସମ୍ଵଲପୁର:-ହୀରାକୁଦ ମାର୍ଚ୍ଚ ସରିନି, ସାଂଘାତିକ ସ୍ଥିତି ଆଡକୁ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତବର୍ଷ ଅପେକ୍ଷା ଜଳଭଣ୍ଡାରରେ ୧୦ ଫୁଟ୍ ପାଣି କମିସାରିଲାଣି । ସେପଟେ ଉପରମୁଣ୍ଡରେ ଦେଖାଦେଲାଣି କେବଳ ବାଲି ହିଁ ବାଲି । କଲମାରୁ ମୁନ୍ଦାଏ ପାଣି ଆସୁନଥିବା ବେଳେ କେଲୋର ଅବସ୍ଥା ବି ଶୋଚନୀୟ । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ଚାଷୀ ଓ ବୁଦ୍ଧିଜୀବି।

ମହାନଦୀକୁ ମାରିବାକୁ ରଚିଥିବା ମହାଷଡଯନ୍ତ୍ରରେ ସଫଳ ହୋଇଛି ଛତିଶଗଡ । ଆଉ ଏହାର ପ୍ରମାଣ ହେଉଛି ଜଳଭଣ୍ଡାରରେ କମୁଥିବା ଜଳସ୍ତର। ଆଉ ଉପର ଓ ତଳମୁଣ୍ଡରେ ମରଭୂମୀ ଭଳି ଦେଖାଯାଉଥିବା ମହାନଦୀ । ଦେଖନ୍ତୁ ଏହି ଦୁଇଟି ଭିଜୁଆଲକୁ । ଗୋଟିଏ ହେଉଛି ମହାନଦୀ ଉପରମୁଣ୍ଡ ତଥା କଲମା ବ୍ରିଜର ତଳପଟର ଓ ଅନ୍ୟଟି ହେଉଛି ମହାନୀର ଶାଖାନଦୀ କେଲୋର । କିଭଳି କଲମା ବ୍ରିଜ ତଳପଚେ ପାଣି ଭର୍ତ୍ତି ରହିଛି ଆଉ ଅନ୍ୟଟି ଶୁଖିଲା ପଡିଛି ।ଗତବର୍ଷ ମାର୍ଚ୍ଚ ୨୩ରେ ହୀରାକୁଦ ଜଳ ଭଣ୍ଡାରର ୬୨୪.୧୨ ଫୁଟ ଥିବାବେଳେ ଚଳିତ ବର୍ଷ  ଏହା ୬୧୪.୭୯ରେ ପହଞ୍ଚିଲାଣି । ଗତବର୍ଷଠାରୁ ଏହା ୧୦ ଫୁଟ୍ ତଳକୁ ଖସିଛି।  ପ୍ରତିଦିନ ୦.୨୦ ଫୁଟ ହାରରେ ଜଳସ୍ତର ଖସୁଛି। ୨୦୦୯ ମାର୍ଚ୍ଚ ୨୨ରେ ଜଳସ୍ତର ୬୦୮.୯୭ ଫୁଟ ଥିବାବେଳେ ୨୦୧୦ରେ ୬୧୫, ୨୦୧୨ରେ ୬୧୩.୭୫, ୨୦୧୫ରେ ୬୧୫.୭୧, ୨୦୧୬ରେ ୬୧୬.୮୫ ଫୁଟ  ଥିଲା । ମାର୍ଚ୍ଚ ସରିବାକୁ ଆଉ ସପ୍ତାହେ ବାକି ଥିବାବେଳେ ମହାନଦୀ ଜଳଭଣ୍ଡାରର ଏଭଳି ସ୍ଥିତି ପାଇଁ ଉପରମୁଣ୍ଡରେ ଛତିଶଗଡର ବେଆଇନ ପାଣି ରୋକିବାକୁ ଦାୟୀ କରାଯାଇଛି।କଲମା ତଳମୁଣ୍ଡର ଏହି ଭିଜୁଆଲକୁ ହିଁ ବୟାନ କରୁଛି ଯେ ଛତିଶଗଡ କେବଳ ବ୍ୟାରେଜ କରିନି ବରଂ ଅଣମୌସୁମୀ ସମୟରେ ସବୁ ଗେଟ୍ ବନ୍ଦ କରି ରଖିଛି । ଏହା ସହ କେଲୋ ନଦୀରେ ମଧ୍ୟ ପାଣି  ଅଟକାଇଛି । ଦୈନିକ ୧୦ ହଜାର କ୍ୟୁସେକ ପାଣି ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ପିଇବା ପାଇଁ ନିସ୍କାସନ ହେଉଥିବାବେଳେ ବେଳେ ଇବ ଓ ଭେଡେନ ଶାଖା ନଦୀ ଦ୍ବାରା ମାତ୍ର ୩ରୁ ୪ ହଜାର ପାଣି ଆସୁଛି ଯାହା ଜଳସ୍ତର ବଜାୟ ରଖିବାରେ ସଫଳ ହେଉନି ।

Leave a Reply

Your email address will not be published. Required fields are marked *