ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର;-“ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ସେମାନଙ୍କ ପାଇଁ ଆମେ କରୋନାକୁ ନିୟନ୍ତ୍ରଣ କରି ପାରିଲୁ। ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ସହ ମହାବିପର୍ଯ୍ୟୟକୁ ଅଟକାଇ ପାରିଲୁ।” ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଦେଶରେ କରୋନା ସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫେରେନ୍ସିଂରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଟେଷ୍ଟିଂ ବଢ଼ାଇବା ପାଇଁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ସହରରୁ ଯେମିତି ସଂକ୍ରମଣ ଗାଁକୁ ନବ୍ୟାପେ ସେଥିପାଇଁ ଟେଷ୍ଟ, ଟ୍ରାକ ଓ ଟ୍ରିଟ୍‌କୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଓଡ଼ିଶା ଓ ବିହାରରେ ଆଣ୍ଟିଜେନ ଟେଷ୍ଟ ଅଧିକ ହେଉଥିବାରୁ ସେଠି RTPCR ଟେଷ୍ଟକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି।

କରୋନା ଭ୍ୟାକସିନର ଶୂନ ଅପଚୟକୁ ନିଶ୍ଚିତ କରିବା ସଭିଙ୍କ ଦାୟିତ୍ୱ। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ କ୍ଷୂଣ୍ଣ କରିବା ସହ ସମାନ ବୋଲି କହିବା ସହ ମିଶନ ମୋଡ୍‌ରେ କାମ କଲେ ଟିକା ଅପଚୟ କମିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *