ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ନାଉପାଳଗଡ଼ି ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିମାରି ହତ୍ୟା ଘଟଣା । ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସହିତ ୨ ରାଉଣ୍ଡ ଗୁଳି, ତେଲେଙ୍ଗା କଟୁରି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋପୋଲିସ ସୂଚନା ଅନୁସାରେ, ସଦର ଥାନା ଅଧୀନ କେଶରପୁର ଗାଁରେ ବିଦ୍ୟୁତ ସଂଯୋଗକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଗତ ସୋମବାର ଅପରାହ୍ଣ ୪ଟା ସମୟରେ ୧୦ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଜୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ଲାଗି ବିଜୟ ଟ୍ରଲର ଭିତରକୁ ଦୌଡ଼ି ଯାଉଥିବା ବେଳେ, ତାଙ୍କୁ ପଛରୁ ଗୁଳି କରିଥିଲେ ଦୁର୍ବୃତ୍ତ ।ଲିସ ଖୁବଶୀଘ୍ର ଗିରଫ କରିବାରେ ସଫଳ ହେବ ବୋଲି ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି ।ପରେ କବାଟ ଭାଙ୍ଗି ଡ଼୍ରାଇଭର ରୁମ୍‌ ଭିତରେ ୭ ରାଉଣ୍ଡ ଗୁଳି ଫୁଟାଇ ଥିଲେ ।

Leave a Reply

Your email address will not be published. Required fields are marked *