ଜୁଡିସିଆଲ ସର୍ଭିସ ରେଜଲ୍ଟ ପ୍ରକାଶିତ, ୪୭ଜଣ କୃତକାର୍ଯ୍ୟ

ଭୁବନେଶ୍ୱର:-ଓଡ଼ିଶା  ଜୁଡ଼ିସିଆଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୪୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ, ଓଡ଼ିଶା ଜୁଡିସିଆଲ ସର୍ଭିସ-୨୦୧୯ର ‘ସିଭିଲ ଜଜ୍‌’ ପଦବୀ ନିମନ୍ତେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ସଫଳ ହୋଇଥିବା ୩୦ଜଣ ମହିଳା ପରୀକ୍ଷାର୍ଥୀଙ୍କ ସମେତ ମୋଟ ୪୭ଜଣଙ୍କ ନାଁକୁ କମିଶନ ସୁପାରିସ୍ କରିଛନ୍ତି। ଗତବର୍ଷ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *