ଫୁଲ ତୋଳୁଥିବା ବେଳେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର: -ରାଜଧାନୀରେ ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ । କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣାଟି ଦେଖିବାକୁ ମିଳିଛି ।

ଆଜି ସକାଳୁ ଅନଶ୍ୱୟା ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ଦୁଇ ଲୁଟେରା ବାଇକରେ ଆସିଥିଲେ । ଜଣେ ଗାଡି ଚଳାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ । ପରେ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ଥିଲେ ଏବଂ ତାଙ୍କ ବେକରେ ଥିବା ସୁନା ଚେନ ଲୁଟି ନେଇଥିଲେ । ତେବେ ଲୁଟର ସମ୍ପୂର୍ଣ ଚିତ୍ର କଏଦ ହୋଇଛି ସିସିଟିଭି ଫୁଟେଜରେ ।

Leave a Reply

Your email address will not be published. Required fields are marked *