ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଜାନୁଆରୀ ୨୬ରୁ  ଝାରପଡା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ । ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ । ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ  । ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି । ଜେଲରେ ରହି ଯୁକ୍ତ ୨ , ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ ।

ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି । ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ । ଜେଲ ର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ । ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି  ବୋଲି ଜେଲ ସୁପରିଟେଣ୍ଡେନ୍ତ ଡି.ଏନ. ବାରିକ କହିଛନ୍ତି । ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ହୋଇଥିଲା ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *