ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା ରହିଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି  । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ୮୨ ଟଙ୍କା ୩୮ ପଇସା ରହିଛି ଏବଂ ମୁମ୍ବାଇରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ରହିଥିବା ବେଳେ କୋଲକାତାରେ ୮୭ ଟଙ୍କା ୧୧ ପଇସା ରହିଛି ।  ଦିଲ୍ଲୀରେ ପେଟ୍ରୋଲ ଦର ୮୪ ଟଙ୍କା ୭୦ ପଇସା ରହିଛି  । ସେହିପରି ଡିଜେଲ ଦର ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା, ଦିଲ୍ଲୀରେ ୭୫ ଟଙ୍କା ୮୮ ପଇସା, କୋଲକାତାରେ ୭୯ ଟଙ୍କା ୮୮ ପଇସା ଓ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା ରହିଛି  ।

Leave a Reply

Your email address will not be published. Required fields are marked *