ବାଇଡେନ ଯୁଗ ଆରମ୍ଭ

ୱାଶିଂଟନ: ବହୁ ବିବାଦ ଓ ବାଧାବିଘ୍ନ ପରେ ଆମେରିକାରରେ ଆରମ୍ଭ ହେଲା ଜୋ ବାଇଡେନ ଓ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ଶାସନ। ଆଜି ଭାରତୀୟ ସମୟ ଠିକ୍ ୧୦.୧୧ରେ କ୍ୟାପିଟଲ ହିଲ୍ସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ପ୍ରଥମେ କମଳା ହାରିସ ଶପଥ ନେଇଥିଲେ।

ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସୀୟ ଓ ପ୍ରଥମ କୃଷ୍ଣକାୟ ମହିଳା ଭାବେ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଛନ୍ତି। କମଳା ହାରିସ ଶପଥ ନେବା ପରେ ଜେନିଫର ଲୋପେଜ This Land is Your Land ଗୀତ ଗାଇଥିଲେ।

ଏହାପରେ ବିଶ୍ୱବାସୀ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିବା ମୁହୂର୍ତ୍ତ ଆସିଥିଲା। ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଜୋ ବାଇଡେନ। ଭାରତୀୟ ସମୟ ରାତି ୧୦.୧୮ରେ ସେ ଶପଥ ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ ଆମରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାର ରେକର୍ଡ କରିଛନ୍ତି। ତାଙ୍କୁ ଆମେରିକା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ରବର୍ଟସ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Leave a Reply

Your email address will not be published. Required fields are marked *