ପରୀ ହତ୍ୟା ମାମଲା: ସରୋଜର LVA ଟେଷ୍ଟ ପାଇଁ ଆଜି ହେବ ଶୁଣାଣି

ନୟାଗଡ଼:- ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲା ରେ ନୂଆ ମୋଡ଼। ଅଭିଯୁକ୍ତ ନାବାଳକର LVA ଟେଷ୍ଟ ପାଇଁ ଆବେଦନ କରିଛି ଏସ ଆଇ ଟି। ଆବେଦନକୁ ଗ୍ରହଣ କରି ୨୦ ତାରିଖରେ ଶୁଣାଣି ପାଇଁ ସ୍ଥିର କରିଛି ଜୁଭେନଇଲ ଜଷ୍ଟିସ ବୋର୍ଡ। ଏହା ସହ ହତ୍ୟାକାଣ୍ଡ ସମ୍ପର୍କିତ କିଛି ସାମଗ୍ରୀର ପରୀକ୍ଷା ପାଇଁ ଏସ ଆଇ ଟି କରିଥିବା ଆବେଦନରେ ବୋର୍ଡ ଅନୁମତି ଦେଇଥିଲା।

ଗତ ଡ଼ିସେମ୍ବର ୨୦ ତାରିଖରେ ଏସ ଆଇ ଟି ସଂପୃକ୍ତ ନାବାଳକ କୁ ଗିରଫ କରିଥିଲା ବେଳେ ୨୧ ତାରିଖରେ ନୟାଗଡ଼ ପୋକ୍ସ କୋର୍ଟ ରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା। ପରେ ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ। ତେବେ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସ ଆଇ ଟି କରିଥିବା ଆବେଦନକୁ ଅନୁମତି ଦେଇ ନଥିଲା  ଜୁଭେନଇଲ ବୋର୍ଡ।

ସମ୍ପୃକ୍ତ ନାବାଳକ ରାଜି ନ ହେବାରୁ ବୋର୍ଡ ଅନୁମତି ଦେଇନ ଥିଲା। ପରେ ପରେ ଏସ ଆଇ ଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ବେଳେ ଅଭିଯୁକ୍ତ ଏହାକୁ ଗ୍ରହଣ କରି କରିନଥିଲା।ତେବେ LVA ଟେଷ୍ଟ କରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି। ତେବେ ମାମଲାର ଶୁଣାଣି ୨୦ ତାରିଖକୁ ସ୍ଥିର କରିଛନ୍ତି ଜୁଭେନଇଲ ଜଷ୍ଟିସ ବୋର୍ଡ।

Leave a Reply

Your email address will not be published. Required fields are marked *