ହାତଗୋଡ଼ ବାନ୍ଧି ନାବାଳିକାକୁ ଗଣବଳାତ୍କାର

ସାଲେପୁର:-କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ୨ ଯୁବକ ହାତ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ କେହି ନ ଥିବା ସୁଯୋଗ ନେଇ ଯୁବକଜଣକ ନିଜ ସାଙ୍ଗ ସହ ଆସି ଏପରି ପାଶବିକ ଅତ୍ୟାଚାର କରିଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ,  ଗତ ୧୬ ତାରିଖ ଅପରାହ୍ନରେ ୧୩  ବର୍ଷୀୟା ନାବାଳିକଜଣକ ଘରେ ଏକୁଟିଆ ଥିବା ବେଳେ ବାପାମା’ କାମ କରିବାକୁ ଯାଇଥିଲେ। ଏହି ସମୟରେ ଗାଁର ଜଣେ ଯୁବକ ଘରେ ପଶି ଗାମୁଛାରେ ହାତ ଗୋଡ଼ ବାନ୍ଧିବା ସହ ନାବାଳିକା ମୁହଁରେ କପଡ଼ା ଭର୍ତ୍ତି କରି ତାକୁ ବଳାତ୍କାର କରିଥିଲା। ଏହାପରେ ତା ସାଙ୍ଗ ମଧ୍ୟ ବଳାତ୍କାର କରିଥିଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇ ଉଭୟ ପଳାଇଥିଲେ।

ଏହାପରେ ପୁଣି ଥରେ ୧୭ ତାରିଖରେ ଆସି ଉଭୟ ପାଶବିକ ଅତ୍ୟାଚାର କରିଥିଲ। ଏନେଇ ନାବାଳିକାଜଣକ ପରିବାର ଲୋକଙ୍କୁ କହିବା ପରେ ପୀଡ଼ିତାର ମା’ ଏନେଇ ସାଲେପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା  କରୁଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *