nationsbyte

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ସିଡନୀର ଜବରଦସ୍ତ ଡ୍ର’ ପରେ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ରାହାଣେ ବାହିନୀ ବ୍ରିସବେନରେ ଚମତ୍କାର ବିଜୟ ହାସଲ କରିଛି। କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। ପ୍ରଥମ ଶୁବମନ ଗିଲ, ପରେ ଚେତେଶ୍ୱର ପୂଜାର ଓ ଶେଷରେ ବିଧ୍ୱଂସୀ ଋଷଭ ପନ୍ତଙ୍କ ଜବରଦସ୍ତ ବିସ୍ଫୋରଣ ବଳରେ ଟିମ୍ ଇଣ୍ଡିଆ ୩୨୮ରନ୍‌ର ଟାର୍ଗେଟକୁ ଅନାୟାସରେ ହାସଲ କରିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍‌ର ମାରାଥନ୍ ଇନିଂସ୍ ବ୍ୟତୀତ ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ ଇନିଂସ୍ ବଳରେ ଭାରତ ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି।

ଦ୍ୱିତୀୟ ସେସନରେ ଗିଲ୍ ରନ୍ ଗତିକୁ ବଢ଼ାଇଥିଲେ। ବିଶେଷକରି ଷ୍ଟାର୍କଙ୍କ ଗୋଟିଏ ଓଭରରେ ଗିଲ୍ ଛକା ଓ ଚୌକା ବର୍ଷା କରିଥିଲେ। ଗିଲ୍ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଭୁଲ୍ ଶଟ୍ କାରଣରୁ ନିଜ ୱିକେଟ୍ ଦେଇବସିଥିଲେ। ଭାରତର ସ୍କୋର ୧୩୨ ରନରେ ଥିବା ବେଳେ ନାଥନ ଲିୟନଙ୍କ ବଲରେ ଗିଲ୍ ସ୍ଲିପରେ ସ୍ମିଥଙ୍କ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ପୂଜାରାଙ୍କ ସହ ମିଶି ୧୧୪ ରନର ଭାଗିଦାରୀ କରିଥିଲେ।

Leave a Reply

Your email address will not be published. Required fields are marked *