nationsbyte

ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର : ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି।

ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଗତ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା।  ୩ ଜଣ ଗୁରୁତର ହୋଇଥିଲେ। ଦୁର୍ବଳ ସେଣ୍ଟ୍ରୀଂ ଯୋଗୁ ଏହି ନିର୍ମାଣାଧୀନ ସେତୁ ଭୁଶୁଡ଼ି ଥିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।

Leave a Reply

Your email address will not be published. Required fields are marked *