nationsbyte

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବ। ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ରହିଛି। ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ। ଫେବୃଆରୀ ୧ରେ ସକାଳ ୧୧ଟାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ। କୋଭିଡ୍ ମହାମାରୀ ବେଳେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୁଗମ କରିବାକୁ ଯାଇ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *