ରାଜଭବନରେ ଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ

ଭୁବନେଶ୍ୱର:-ରାଜଭବନରେ ପହଞ୍ଚିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ରାଜ୍ୟରେ ଆବାସ ଯୋଜନାକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମକୁ ହଡ଼ପ କରିବାକୁ ଉଦ୍ୟମ ହେଉଛି । ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍ । ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ କରାଇଥିଲେ । ଏହାସହ ଆବାସ ଯୋଜନାରେ ଘର କରାଇବା ଲାଗି ଅର୍ଥ ମଧ୍ୟ ମଗାଯାଉଛି ।ଆଉ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କଲେ ହତ୍ୟା କରାଯାଉଥିବା ଭଳି ଜଘନ୍ୟ ଘଟଣା ଘଟୁଛି । ଯାହାର ସଦ୍ୟ ଉଦାହରଣ ମାହାଙ୍ଗା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି । ସେପଟେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ କହିଛନ୍ତି ଯେ କେଉଁ ନେତା ମନ୍ତ୍ରୀ ବାଣ୍ଟୁଛନ୍ତି ତାହା ବିଜେପି କହିଲେ ସତ୍ୟାସତ୍ୟ ପରଖାଯିବ। ୨୦୨୨ ସୁଦ୍ଧା ସମସ୍ତେ ପକ୍କା ଘରେ ରହିବେ ଏ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର ସରକାର ମିଶନ ମୋଡରେ ନେଇଛନ୍ତି । ତେବେ ଓଡିଶାରେ ବିଭିନ୍ନ ସ୍ଥାନରୁ ଏହି ଯୋଜନାକୁ ନେଇ ଆସୁଥିବା କେଳେଙ୍କାରୀର ଅଭିଯୋଗ ଭିତରେ ଏ ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ, ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *