ସମ୍ବଲପୁର ଡିଅର୍ ପାର୍କକୁ ଆସିଛି ୨ ମାସର ଭାଲୁ ଛୁଆ

ସମ୍ବଲପୁର :- ସମ୍ବଲପୁର ଡିଅର୍ ପାର୍କକୁ ଆସିଛି ନୂଆ ଅତିଥି । ବନ୍ଯପ୍ରାଣୀ ବିଭାଗ ୨ ମାସର ଭାଲୁ ଛୁଆକୁ ଆଣି ସମ୍ବଲପୁର ଡିଅର ପାର୍କରେ ଆଣି ରଖାଯାଇଛି ।  ଦେବଗଡ ଜଂଗଲରୁ ଏହି ଭାଲୁ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।

ତେବେ ସମ୍ବଲପୁର ଡିଅର ପାର୍କକୁ ଆଣିଲା ଏହି ଭାଲୁ ଛୁଆକୁ ନୀରିକ୍ଷଣରେ ରଖାଯାଇଛି । ବନ ବିଭାଗର ସ୍ବାସ୍ଥ୍ଯ ଟିମ୍ ଭାଲୁ ଛୁଆର ସ୍ବାସ୍ଥ୍ଯ ପରୀକ୍ଷା କରିଛନ୍ତି । ବର୍ତ୍ତମାନ ଭାଲୁ ଛୁଆଟିର ସ୍ବାସ୍ଥ୍ଯବସ୍ଥା ସ୍ଥିର ଥିବା ଜଣାପଡିଛି ।  ଭାଲୁଛୁଆଟିକୁ ପ୍ରାଥମିକ ପର୍ଯ୍ଯାୟରେ କ୍ବାରେଣ୍ଟାଇନରେ ରଖାଯାଇଥିବା ହୀରାକୁଦ ବନ୍ଯପ୍ରାଣୀ ଡିଭିଜନର ଡିଏଫଓ ପ୍ରତାପ କଟ୍ଟାପଲ୍ଲୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *