କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ପଜିଟିଭ୍
କେନ୍ଦ୍ରାପଡା:-ରାଜ୍ୟ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ୍ ହୋଇଥିବା ସୂଚନା ମିଳଛି। ୧୩ ଆକ୍ରାନ୍ତ କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ୍ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଳାପାଳ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଫଳରେ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୬୨୪କୁ ପହଞ୍ଚିଛି। କେନ୍ଦ୍ରାପଡ ଜିଲ୍ଲରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।
ଆଜି ସକାଳୁ ରାଜ୍ୟ ୭୩ ଜଣ ଆକ୍ରାନ୍ତ ଚିହ୍ନଟ୍ ହୋଇଥିଲେ। ପୁଣି ମଧ୍ୟାହ୍ନ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଳା ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ମହାକାଳପଡା ଓ କନିକା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। କେନ୍ଦ୍ରାପଡ଼ାରେ ଜିଲ୍ଲାରେ ୨୨ଜଣଙ୍କ ମଧ୍ୟରୁ ୨୦ଟି ଆକ୍ଟିଭ କେସ୍ ଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି।










