କରୋନା SOP ଖିଲାପ , ୫ ଶିକ୍ଷକଙ୍କ ଦରମା ବନ୍ଦ

କେନ୍ଦୁଝର:- ସ୍କୁଲ ଖୋଲିବାର ପ୍ରଥମ ଦିନରେ ୫ଟି ସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। କରୋନା SOP ଖିଲାପ କରିବା ଅଭିଯୋଗରେ DEO କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ଟି ସ୍କୁଲର ସବୁ ଶିକ୍ଷକ ଓ ଅନ୍ୟ ଷ୍ଟାଫଙ୍କ ଜାନୁଆରୀ ମାସର ଦରମା ବନ୍ଦ କରାଯାଇଛି। କରୋନାର କୋପ ଯୋଗୁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିବା ସ୍କୁଲ ଆଜିଠୁ ଖୋଲିଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ମିଳିଲା । ଏଥିପାଇଁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ହୋଇଛି ।

ଛାତ୍ରଛାତ୍ରୀ ଅଭିଭାବକଙ୍କ ସହମତି ପତ୍ର ନେଇ ସ୍କୁଲରେ ପ୍ରବେଶ କରିଥିଲେ। ପ୍ରତି କ୍ଲାସ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ ।  କ୍ଲାସଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି ।

ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସିଟ୍‌ରେ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଥିଳା । ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯିବା ପାଇଁ ନିୟମ ରହିଛି  । ଯେଉଁଠି ଏସ୍ଓପି ପାଳନରେ ଖିଲାପ ହେବ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ମନ୍ତ୍ରୀ କହିଥିଲେ । ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *