କଲେଜ ବୁଲି ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:- ବିଜେବି କଲେଜକୁ ଆସି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର କଲେ ଅନୁଧ୍ୟାନ। ତେବେ କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିସାରିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆଜି ସ୍କୁଲ ଘଣ୍ଟି ବାଜିଛି । ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ୧୦୦ ଦିନର ପାଠପଢ଼ା ହେବ । ଅନ୍ୟପକ୍ଷରେ, ରାଜଧାନୀରେ ଥିବା କେତେକ ଘରୋଇ ସ୍କୁଲ ଆଜି ଖୋଲିବ ନାହିଁ । ପ୍ରାୟ ସ୍କୁଲ ଆସନ୍ତା ୧୧ ତାରିଖରୁ ଖୋଲିବ ବୋଲି କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ରାଜଧାନୀରେ ଥିବା ଲକ୍ଷ୍ମୀସାଗର ହାଇସ୍କୁଲ, ୟୁନିଟ୍‌-୯ ବାଳକ ହାଇସ୍କୁଲ ଓ ୟୁନିଟ୍‌-୯ ବାଳିକା ହାଇସ୍କୁଲ ଯାଇ ସ୍ଥିତି ପରଖିଥିଲେ । ସ୍କୁଲ କ୍ୟାମ୍ପସ୍‌ ପରିଷ୍କାର ଓ ସାନିଟାଇଜ୍‌ ହୋଇଛି କି ନାହିଁ ଦେଖିଥିଲେ । ଆଜି ବିଜେବି କଲେଜକୁ ଆସି ଅନୁଧ୍ୟାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *