nationsbyte

ସାରାଙ୍କୁ କରୋନା ଭୟ

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । କରୋନାକୁ ନେଇ ବି-ଟାଉନର ଅନେକ ଅଭିନେତା ତଥା ଅଭିନେତ୍ରୀ ସଜାଗ ହୋଇପଡିଥିବା ବେଳେ ଆଉ କେତେକ ଭୟଭିତ ମଧ୍ୟ ହୋଇପଡିଛନ୍ତି । ଏହି ତାଲିକାରେ ଏବେ ସାରା ଅଲ୍ଲି ଖାନ ନାଁ ଯୋଡି ହୋଇଛି । ସାରାଙ୍କୁ ମଧ୍ୟ କରୋନା ଭୟ ଘାରିଛି ।

ନିକଟରେ ସାରା  ନିଜ ଶୁଟିଂ ସେଡ୍ୟୁଲରୁ ଫେରିବା ବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇଥିଲେ । ଏହି ସମୟରେ ସାରା ମୁହଁରେ ମାସ୍କ ପିନ୍ଧି ରହିଥିବା ଦେଖିବାକୁ ମିଳିଥିଲା। ଫଟୋଗ୍ରାଫରମାନେ ତାଙ୍କୁ ମାସ୍କ କାଢ଼ିବା ପାଇଁ କହିଥିଲେ, ସାରା କିନ୍ତୁ ମନା କରିଦେଇଥିଲେ । ଫଟୋଗ୍ରାଫରମାନେ ଯେତେ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ । ବିମାନ ବନ୍ଦରରୁ ସେ ସିଧା ଆସି ନିଜ କାର ଭିତରେ ବସି ଯାଇଥିଲେ । କାର୍ ଭିତରେ ବସିବା ପରେ ମଧ୍ୟ ମାସ୍କ କାଢ଼ିବାକୁ ମନା କରିଥିଲେ ସାରା । ଏଥିସହ ସେ ବାରମ୍ବାର ନିଜ ହାତକୁ ସାନିଟାଇଜ ମଧ୍ୟ କରୁଥିଲେ। ସେହିପରି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ମଧ୍ୟ ମୁମ୍ବାଇ ବିମାନ ବନ୍ଦରରେ ଦଖିବାକୁ ମିଳିଥିଲା। ସେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ନଜର ଆସିଥିଲେ । ଏହି ସମସ୍ତ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *