nationsbyte

ମ୍ୟାଟ୍ରିକ୍ ପରୀକ୍ଷା ପ୍ରତି ବିଷୟ ପାଇଁ ୮୦ ମାର୍କର ପ୍ରଶ୍ନ

ଭୁବନେଶ୍ୱର: ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ଆଉ ମେ’ ୩ ତାରିଖରେ ସେମାନେ ଦେବେ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ୫୦ ମାର୍କର ଓଏମ୍‌ଆର୍‌ ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡ଼ିବ। କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ, ତାକୁ ଅବଶିଷ୍ଟ ୨୦ରୁ ହିସାବ କରାଯାଇ ମୋଟ ନମ୍ବର ଦିଆଯିବ। ପରୀକ୍ଷା ଫଳାଫଳ ଘୋଷଣା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାଇଁ ପରୀକ୍ଷା ଫଳ ପ୍ରକାଶନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ସ୍କୁଲ୍ ଖୋଲିବା ଓ ପରୀକ୍ଷା କରାଯିବା ଗୁରୁତ୍ୱପୂର୍ଣ୍ଣ। ତେବେ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କେମିତି ଶୀଘ୍ର ପରୀକ୍ଷା ଫଳ ବାହାରି ପାରିବ, ସେ ନେଇ ଆମେ ଚେଷ୍ଟା କରିବୁ।

ଦାଶ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପର୍ଯ୍ୟାୟ କ୍ରମେ ବିଭାଗ ପକ୍ଷରୁ ସ୍କୁଲ୍ ଖୋଲିବା ଆରମ୍ଭ କରାଯାଇଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯାଇଛି। ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ଯିବ। କେବଳ ଉତ୍ସବ ଭାବେ ପାଳନ କରାଯାଉଥିବା ଦିନ ଗୁଡ଼ିକରେ ସ୍କୁଲ୍ ଛୁଟି ରହିବ।

Leave a Reply

Your email address will not be published. Required fields are marked *