ରାଜ୍ୟରେ ନ୍ୟାୟିକ ଭିର୍ତ୍ତିଭୂମିର ଘୋର ଅଭାବ, ଅନେକ ଜିଲା କୋର୍ଟରେ ନାହିଁ ସୁରକ୍ଷା ବ୍ୟବସ୍ଥା,
ଭୁବନେଶ୍ୱର,2 ।1(ବ୍ୟୁରୋ):ଭାରତରେ ଏକାଧିକ କୋର୍ଟରେ ବର୍ଷ ବର୍ଷ ଧରି ବିଚାଧିନ ଅବସ୍ଥାରେ ମାମଲା ଗୁଡିକ ପଡି ରହିଛି । କୋର୍ଟରେ ଉପଯୁକ୍ତ ଭିର୍ତ୍ତିଭୂମିର ଅଭାବ କାରଣରୁ ଏହି ମାମଲା ଗୁଡିକ ଫଇସଲା ହୋଇ ପାରୁନଥିବା ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । ସେହିଭଳି ଓଡ଼ିଶାର ଏକାଧିକ କୋର୍ଟରେ ସ୍ଥିତି ଉଦ୍ବେଗ ରହିଛି । ଓଡ଼ିଶାରେ ମଧ୍ୟ ଭର୍ତ୍ତିଭୁମିର ଅଭାବ ଥିବା ଏକ ସର୍ଭେରୁଜଣାପଡିଛି । ଓଡ଼ିଶାରେ ସମୁଦାୟ ୧୪.୫୮ ଲକ୍ଷ ବିଚାରଧିନ ମାମଲା ମଧ୍ୟରୁ ରାଜ୍ୟର ନିମ୍ନ ଅଦାଲତରେ ୧୨.୯୮ ଲକ୍ଷ ମାମଲା ପଡି ରହିଛି ।
ପର୍ଯ୍ୟାପ୍ତ ଭିର୍ତ୍ତିଭୂମିର ଅଭାବ,ମାନବ ସମ୍ବଳର ଅଭାବ ଏବଂ ନ୍ୟାୟିକ ବ୍ୟବସ୍ଥାର ଉତ୍ତମ ପରଚାଳନାର ଆଭାବ ଯୋଗୁ ନିମ୍ନ ଅଦାଲୟରେ ମାମଲା ଗଡ଼ୁଥିବା କୁହାଯାଉଛି । ୧୯୯୩-୯୪ରେ ସାରା ଦେଶରେ ଜିଲ୍ଲା ତଥା ଅଧିନସ୍ଥ ସ୍ତରୀୟ ଅଦାଲତରେ ଭିର୍ତ୍ତିଭୂମି ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଭିର୍ତ୍ତିଭୂମି ସୁବିଧାଗୁଡ଼ିକର ବିକାଶ ପାଇଁ ଏକ କେନ୍ଦ୍ରିୟ ପ୍ରାୟୋଜିତ ଯୋଜନା(ସିଏସ୍ଏସ୍) କାର୍ଯ୍ୟକାରୀ କରୁଛନ୍ତି । ନିମ୍ନ ଅଦାଲତରେ ଗଦା ହୋଇ ପଡିଥିବା ମାମଲାର ମୁକାବିଲା ପାଇଁ ଉନ୍ନତ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଏହି ଯୋଜନା ଅଧିନରେ ଅର୍ଥ ଆବଣ୍ଟନ କରାଯାଉଛି ।
ତେବେ ସଦ୍ୟତମ ଅଧ୍ୟୟନରୁ ଜଣାପଡିଛି ଯେ,୨୦୧୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ନ୍ୟାସିନାଲ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ସବ କମିଟ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନୁଯାୟୀ ରାଜ୍ୟର ଅନେକ ଜିଲ୍ଲାର ଜିଲା କୋର୍ଟ ଏବଂ ନିମ୍ନ ଅଦାଲତରେ ମୌଳିକ ସୁବିଧା ଅଭାବ ରହୁଥିବା ପରିଲେଖିତ ହେଉଛି । ସେହିଭଳି ଉପଲବ୍ଧ ତଥ୍ୟରୁ ଜଣାପଡିଛି ଯେ,ଓଡ଼ିଶାରେ ମଧ୍ୟ ସମାନ ସ୍ଥତି ଦେଇ ଗତି କରୁଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଏହି ଯୋଜନା ଅଧିନରେ କମ୍ ପରିମାଣର ଅର୍ଥ ଆବଣ୍ଟନ କରାଯାଇଛି ।
ଆଇନିଗତ ନିତି ଉପରେ ବିଧି ସେଣ୍ଟର ଫର୍ ଲିଗାଲ ପଲିସ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ଏକାଧିକ କୋର୍ଟରେ ଭିତ୍ତିଭୂମିର ଅଭାବ ରହିଥିବା ରିପୋର୍ଟରୁ ଜଣାପଡିଛି । ୨୦୧୯ ଶେଷ ଭାଗରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବନ୍ଧକ ମୁକ୍ତ ପ୍ରବେଶ,ଗାଇଡ଼୍ ମାନିଚିତ୍ର କିମ୍ବା ସାଇନେଜ ଅନୁପସ୍ଥିତି,ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରୁଥିବା ୱାଶରୁମ,ଇ-କେସ୍ ପ୍ରଦର୍ଶନ ବୋର୍ଡ ଏବଂ ସୁରକ୍ଷା ଯାଞ୍ଚ ଭଳି ମୌଳିକ ସୁବିଧାର ଅଭାବ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।
ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୩୦ଟି ଜିଲା କୋର୍ଟର ଅନେକ ଓକିଲଙ୍କ ସହ ପ୍ରାୟ ୩ଶହ ମକଦ୍ଦମାକାରୀଙ୍କୁ ସାକ୍ଷାତକାର କରାଯାଇ ସର୍ଭେ କରାଯାଇଥିଲା । ଏହି ରିପୋର୍ଟରୁ ଜଣାପଡ଼ିଥିଲା ଯେ,୩୦ଟି କୋର୍ଟ ବିଲ୍ଡିଂ ମଧ୍ୟରୁ ୨୫ଟି କୋର୍ଟ ପରିସରକୁ ପହଞ୍ଚିବା ପାଇଁ ଯୋଗାଯୋଗର ସୁବିଧା ରହିଥିବା ବେଳେ ଓଡ଼ିଶାର ୫ଟି ଜିଲାର ଥିବା କୋର୍ଟକୁ ମକଦ୍ଦମାକାରୀମାନେ ପହଞ୍ଚିବା ପାଇଁ ଘରୋଇ ଗାଡି଼ ଭଡ଼ା କରିଯାଉଛନ୍ତି । ସେହିଭଳି ଓକିଲ,କୋର୍ଟର୍ କର୍ମଚାରୀ ଏବଂ ମକଦ୍ଦମାକାରୀଙ୍କ ଗାଡି ପାର୍କିଂ ପାଇଁ ସୁବିଧା କେବଳ ଓଡ଼ିଶାର ୧୩ଟି ଜିଲା କୋର୍ଟ ପରସରରେ ଉପଲବ୍ଧ ରହିଛି । ସେହିପରି ରାଜ୍ୟର କେବଳ ୮ଟି ଜିଲାର କୋର୍ଟ ପରିସରରେ ଗାଇଡ଼ ମାନଚିତ୍ର ରହିଛି । ଯାହାକି ମକଦ୍ଦମାକାରୀଙ୍କୁୁ ସଂପୃକ୍ତ କୋର୍ଟ ପରିସରରେ ପହଞ୍ଚିବାକୁ ସାହାର୍ଯ୍ୟ କରିବ । ପ୍ରତିଦିନ କୋର୍ଟ ପରିସରରେ ଶତାଧିକ ଲୋକେ ଏକାଠି ହୁଅନ୍ତି । ହେଲେ ବଡ଼ କଥା ହେଲା ରାଜ୍ୟ ଅଧିକାଂଶ କୋର୍ଟରେ ଭଲ ରକ୍ଷଣାବେକ୍ଷଣ ଏବଂ ପରିଷ୍କାର ୱାଶ୍ରୁମ୍ ନାହିଁ । ଏହି ରିପୋର୍ଟରୁ ଜଣାପଡିଛି ଯେ,କେବଳ ୧୫ଟି କୋର୍ଟ ପରିସରରେ ୱାଶରୁମ୍ ଥିବା ବେଳେ ୧୮ଟି କୋର୍ଟ ପରିସରରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୱାଶ୍ରୁମ୍ ନାହିଁ । ତେବେ କେବଳ ୭ଟି କୋର୍ଟ କ୍ୟାମ୍ପସରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା ୱାଶ୍ରୁମ୍ ରହିଛି । ମକଦ୍ଦମାକାରୀଙ୍କ ଠାରୁ ସାକ୍ଷାତ ବେଳେ ସେମାନେ ୱାଶରୁମ୍ରେ ତଳର ସାବୁନ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ସବୁଠୁ ବଡ଼ କଥା ହେଲା ଦିବ୍ୟାଙ୍ଗ ମକଦ୍ଦମାକାରୀ କୋର୍ଟ ଭିତରକୁ ପ୍ରବେଶ କରିବା ପାଇଁ ର୍ୟାମ୍ପର ବ୍ୟବସ୍ଥା ନାହିଁ । ରାଜ୍ୟର ୩୦ଟି ଜିଲ୍ଲା କୋର୍ଟ ପରିସର ମଧ୍ୟରୁ କେବଳ ୬ଟି କୋର୍ଟରେ ର୍ୟାମ୍ପ ବ୍ୟବସ୍ଥା ରହିଛି । ଏହାସହ ଦୁଷ୍ଟିହୀନ ପରିଦର୍ଶକଙ୍କ ପାଇଁ ବ୍ରେଲି ନୋଟିସ ବୋର୍ଡ କମ୍ବା ଖଦଡ଼ ଟାଇଲ୍ ସୁବିଧା ନାର୍ହି ।
ସେହିପରି ୩୦ଟି ଜିଲାରୁ ୧୩ଟି ଜିଲା କୋର୍ଟରେ ସଠକ ଭାବରେ ଇଲେକ୍ଟ୍ରୋନିକ୍ ଡିସପ୍ଲେ ବୋର୍ଡଗୁଡିକ କାର୍ଯ୍ୟ କରୁଛି । କେସ୍ ନମ୍ବର ଏବଂ ଉକ୍ତ କୋର୍ଟଗୁଡିକୁ ଦର୍ଶକଙ୍କୁ କେଉଁ କୋର୍ଟରେ କେଉଁ ମାମଲା ବିଚାର ଚାଲିଛି, ତାହାଚିହ୍ନଟ କରିବାରେ ସାହାର୍ଯ୍ୟ ହୋଇଥାଏ । ଅବଶିଷ୍ଟ ୧୭ଟି ଜିଲା କୋର୍ଟ ପରିସରରେ ଡିଜିଯାଲ ଇ-କେସ ପ୍ରଦର୍ଶନ ବୋର୍ଡ ନାହିଁ ।
ସେହିପର ଏହି ରିପୋର୍ଟରୁ ଜଣାପଡିଛି ଯେ,୩୦ଟି ଜିଲାର କୋର୍ଟ ପରିସର ପ୍ରବେଶ ପଥରେ କୌଣସି ବ୍ୟାଗେଜ ସ୍କାନ ସୁବିଧା ନାହିଁ । ଯାହା ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧିକ ଗ୍ୟାଙ୍ଗ୍କୁ କୋର୍ଟ ଭିତରକୁ ଅବାଧ ପ୍ରବେଶକୁ ରୋକିବା ପାଇଁ ମୌଳିକ ଆବଶ୍ୟକତା ରହିଛ । ସେହିଭଳି ମାତ୍ର ୧୫ଟି କୋର୍ଟରେ ଅଗ୍ନି ନିରାବତ୍ତା ଯନ୍ତ୍ର ରହିଛି । ଏହାସହ ୩୦ କୋର୍ଟ ପରିସର ମଧ୍ୟରୁ ଚାରିଟିରେ ଜରୁରୀକାଳୀନ ନିର୍ବାହ ସଙ୍କେତ ରହିଛି । ସେହିଭଳି ପ୍ରାୟ ୧୭ଟି କୋର୍ଟ ପରିସରରେ ଡାକ ସେବା ସୁବିଧା ନ ଥିବା ବେଳେ କେବଳ ୭ଟି କୋର୍ଟ ପରିସରରେ ପ୍ରାଥମିକ ଚିକିତ୍ସା ସୁବିଧା ରହିଛି । ପ୍ରାୟ ୨୬ଟି କୋର୍ଟରେ ପୋଲିସ ବୁଥ ଏବଂ ସର୍ବସାଧାରଣ ନୋଟାରୀ ସୁବିଧା ଥିବା ବେଳେ ୧୦ଟି କୋର୍ଟ ଭିତରେ ବ୍ୟାଙ୍କ ଶାଖା ଉପଲବ୍ଧ ରହଛି । ୨୧ଟି ଜିଲା କୋର୍ଟ ପରିସରରେ ଏଟିଏମ୍ ସୁବିଧା ରହିଛି ।
ସମସ୍ତ କୋର୍ଟରେ ଫଟୋ କପିଅର ଏବଂ ଟାଇପିଷ୍ଟ ସୁବିଧା ଥିବାବେଳେ ୯୭ ପ୍ରତିଶତ କୋର୍ଟରେ ଷ୍ଟାମ୍ପ ବିକ୍ରେତା ଏବଂ ଶପଥ କିମିଶନର ସୁବିଧା ରହଛି ।
ଏହା ବ୍ୟତୀତ ସେହି ସଂସ୍ଥା ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନ ରିପୋର୍ଟରୁ କୁହାଯାଇଛି ଯେ,୧୯୯୩-୯୪ରୁ ୨୦୧୮-୧୯ ମଧ୍ୟରେ ଉତ୍ତରପ୍ରଦେଶ,କର୍ଣ୍ଣାଟକ ଏବଂ ପଞ୍ଜାବ ତୁଳନାରେ ଓଡ଼ିଶା ୯୦.୨୪ କୋଟି ଟଙ୍କା ପାଇଛି । ସେହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ପାଇଛି ୮୫୧.୬୦କୋଟି ଟଙ୍କା ପାଇଛି । ଯଥାକ୍ରମେ କର୍ଣ୍ଣାଟକ ୫୯୯.୬୧କୋଟ ଟଙ୍କା ଏବଂ ପଞ୍ଜାବ ପାଇଛି ୪୭୧.୮୪ କୋଟି ଟଙ୍କା
ଏହିପର ଉତ୍ତରାଖଣ୍ଠ ପରି ଏକ ଛୋଟ ରାଜ୍ୟ ମଧ୍ୟ ନିମ୍ନ ଅଦାଲତରେ ଭିତ୍ତିଭୂିମି ବିକାଶ ପାଇଁ ସିଏସ୍ଏସ୍ ଯୋଜନା ଅଧୀନରେ କେନ୍ଦ୍ରୀୟ ସରକାରଙ୍କ ଠାରୁ ୧୦୫.୬୭କୋଟି ଟଙ୍କା ପାଇଥିଲା । ଏନେଇ ବରିଷ୍ଠ ଆଇନିଜୀବୀ ଚିତ୍ତରଞ୍ଜନ ଦାଶ କହୁଛନ୍ତି ଯେ, ଆବଶ୍ୟକୀୟ କିରାନି ଅଭାବ । ପୋଲିସ ଚାର୍ଜ ଦେଲେ ମଧ୍ୟ ଲୋକଙ୍କ ପାଖକୁ କେସ୍ର ନୋଟିସ ପଠାଯାଇ ପାରୁନାହିଁ । ପ୍ରତି କୋର୍ଟରୁ ସରକାରୀ ଆଇନି ଜୀବୀଙ୍କୁ ରାଜନୈତିକ ଭିର୍ତ୍ତିରେ ନିଯୁକ୍ତ କରାଯାଇ ଦକ୍ଷତା ଅନୁଯାୟୀ କରାଗଲେ କିଛି ମାତ୍ରାରେ ସମସ୍ୟା ସମାଧାନ ହେବ । ସରକାର ମାଳମାଳ କୋର୍ଟ ଖୋଲିଦେଲେ ହେବ ନାହିଁ ।କୋର୍ଟର ଭିର୍ତ୍ତିଭୂମି ବିକାଶ କଲେ ଲୋକମାନେ ତ୍ୱରିତ ନ୍ୟାୟ ପାଇପାରିବେ । ତେଣୁ ଆମକୁ ପ୍ରଥମେ ଭିର୍ତ୍ତିଭୂମିର ବିକାଶ କରିବା ନିହାତି ଆବଶ୍ୟକ ।